ପ୍ରଦୂଷଣକୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ : ୨୦୧୯ରେ ପ୍ରଦୂଷଣ ଯୋଗୁଁ ହୋଇଛି ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ Kanak News

କନକ ବ୍ୟୁରୋ : ସାରା ବିଶ୍ୱରେ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଥିବା ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନାକୁ ଆସିଛି । ବିଶ୍ୱରେ ପ୍ରଦୂଷଣ ଯୋଗୁଁ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ତଥ୍ୟ ମୁତାବକ୍ ୨୦୧୯ ରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରଦୂଷଣ ଯୋଗୁଁ ୯ ମିଲିୟନ ଲୋକ ପ୍ରାଣ ହରାଇଛନ୍ତି । ବିଶେଷକରି ବାୟୁ ଏବଂ ଜଳ ପ୍ରଦୂଷଣରେ ଅଧିକ ଜୀବନ ଯାଇଛି । ତେବେ ପ୍ରଦୂଷଣ ଯୋଗୁ ଭାରତରେ ସର୍ବାଧିକ ୨୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ଭାରତରେ ପ୍ରତି ଲକ୍ଷେ ଲୋକରେ ୧୭୦ ଜଣଙ୍କର ପ୍ରଦୂଷଣ ଯୋଗୁ ମୃତ୍ୟୁ ହୋଇଛି ।

କିନ୍ତୁ ଭାରତରେ ୨୦୧୫ ଠୁ ଏହି ହାର କମିବାର ଲାଗିଛି । ୨୦୧୫ରେ ଭାରତ ୨୫ ଲକ୍ଷ ଲୋକଙ୍କର ପ୍ରଦୂଷଣ ଯୋଗୁ ମୃତ୍ୟୁ ହୋଇଥିଲା । ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଲାନସେଟ୍ ପ୍ଲାନେଟାରୀ ହେଲ୍ଥ ଏହି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, ବିଶ୍ୱରେ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ୬୬ ଲକ୍ଷ ୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ବିପଦଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର ହେତୁ ୧୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ୨୦୧୯ ମସିହାରେ, କେବଳ ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ୧୬.୭ ଲକ୍ଷ ଲୋକ ମୃତ୍ୟୁ ହୋଇଛି । କିନ୍ତୁ ଏଥିରେ ଭାରତ ଦ୍ୱିତୀୟରେ ଅଛି ।

ବାୟୁ ପ୍ରଦୁଷଣ ଯୋଗୁ ଚୀନରେ ୨୦ ଲକ୍ଷ ୧୭ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ବଡ କଥା ହେଉଛି ୯୦ ପ୍ରତିଶତରୁ ଅଧିକ ପ୍ରଦୂଷଣ ଜନିତ ମୃତ୍ୟୁ ସ୍ୱଳ୍ପ ଆୟକାରୀ ଏବଂ ମଧ୍ୟବିତ୍ତ ଦେଶରେ ଘଟୁଛି । ବିଶ୍ୱ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ ଯୁଦ୍ଧ, ଆତଙ୍କବାଦ, ମ୍ୟାଲେରିଆ, ଏଚ୍.ଆଇ.ଭି, ଯକ୍ଷ୍ମା, ଡ୍ରଗ୍ସ ଓ ମଦ୍ୟପାନଠାରୁ ଅଧିକ ବୋଲି କହିଛନ୍ତି ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ଲାନସେଟ୍ କମିଶନ କହିଛି ।

The post ପ୍ରଦୂଷଣକୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ : ୨୦୧୯ରେ ପ୍ରଦୂଷଣ ଯୋଗୁଁ ହୋଇଛି ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ first appeared on Kanak News.



from Kanak News https://ift.tt/0zXbxR2 https://ift.tt/F9dJ5vh
ପ୍ରଦୂଷଣକୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ : ୨୦୧୯ରେ ପ୍ରଦୂଷଣ ଯୋଗୁଁ ହୋଇଛି ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ Kanak News ପ୍ରଦୂଷଣକୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ : ୨୦୧୯ରେ ପ୍ରଦୂଷଣ ଯୋଗୁଁ ହୋଇଛି ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ Kanak News Reviewed by SUBHENDU BARAL on May 18, 2022 Rating: 5

No comments:

Powered by Blogger.