ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧରେ ଜିପିଆର ସର୍ଭେ । ଓବିସିସି ଚିଠା କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଚାଲିଛି ସର୍ଭେ କାମ Kanak News

କନକ ବ୍ୟୁରୋ : ରାତି ଅଧିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ଆରମ୍ଭ ହୋଇଛି ଜିପିଆର ସର୍ଭେ । ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି । ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ୍ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ଏମାର ମଠ ଜାଗାରେ ମଧ୍ୟ ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା ।
ଖୋଳତାଡ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର ସର୍ଭେ ବୋଲି ଜଣାପଡ଼ିଥିଲା । ଯେଉଁ ମେସିନ୍ ଦ୍ୱାରା ସର୍ଭେ କରାଯାଉଥିଲା ଜିପିଆରଏସ୍ ମେସିନ୍ ବୋଲି ଜଣାପଡ଼ିଥିଲା । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଏହି ସର୍ଭେ କରାଯାଉଛି । ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନ ଭିତରେ ସର୍ଭେ କରି ଦେବାକୁ କହିଥିଲା । ରାତିରେ ଏହି ସର୍ଭେ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହାରି ଭିତରେ ଦୁଇ ଦିନ ସର୍ଭେ କାମ ସରିଛି । ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ହାଇକୋର୍ଟରେ ମାମଲା ବିଚାରାଧୀନ ରହିଥିବା ବେଳେ ରାତି ଅଧିଆ ଏଭଳି ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧରେ ଜିପିଆର ସର୍ଭେ । ଓବିସିସି ଚିଠା କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଚାଲିଛି ସର୍ଭେ କାମ first appeared on Kanak News.



from Kanak News https://ift.tt/al0UQ3j https://ift.tt/VlLPT0j
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧରେ ଜିପିଆର ସର୍ଭେ । ଓବିସିସି ଚିଠା କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଚାଲିଛି ସର୍ଭେ କାମ Kanak News ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧରେ ଜିପିଆର ସର୍ଭେ । ଓବିସିସି ଚିଠା କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଚାଲିଛି ସର୍ଭେ କାମ Kanak News Reviewed by SUBHENDU BARAL on May 21, 2022 Rating: 5

No comments:

Powered by Blogger.