ସାରା ରାଜ୍ୟରେ ସକାଳ ୬ଟାରୁ ଖୋଲିଲା ସ୍କୁଲ : ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ପାଇଁ ବନ୍ଦ ରହିଥିଲା ସ୍କୁଲ୍ Kanak News

କନକ ବ୍ୟୁରୋ : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ସକାଳୁଆ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିବା ପରେ ଆରମ୍ଭ ହୋଇଛି ପାଠପଢା । ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସବୁଦିନ ପରି ଯେମିତି ସ୍କୁଲ ଆସିବା କଥା ସେମିତି ଆସିଛନ୍ତି । ସକାଳ ୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ସକାଳ ୬ଟାରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ସ୍କୁଲ ଆସିବା କଷ୍ଟକର ବୋଲି ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଅସନ୍ତୋଷ କହିଥିଲା । ହେଲେ ସରକାର ତାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନାହାନ୍ତି । ନିକଟରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଥିଲା । ତାପମାତ୍ରା ବଢିବା ପରେ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ଯାଏ ମୋଟ୍ ୫ ଦିନ ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

The post ସାରା ରାଜ୍ୟରେ ସକାଳ ୬ଟାରୁ ଖୋଲିଲା ସ୍କୁଲ : ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ପାଇଁ ବନ୍ଦ ରହିଥିଲା ସ୍କୁଲ୍ first appeared on Kanak News.



from Kanak News https://ift.tt/WTdZ76j https://ift.tt/NbdaF9G
ସାରା ରାଜ୍ୟରେ ସକାଳ ୬ଟାରୁ ଖୋଲିଲା ସ୍କୁଲ : ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ପାଇଁ ବନ୍ଦ ରହିଥିଲା ସ୍କୁଲ୍ Kanak News ସାରା ରାଜ୍ୟରେ ସକାଳ ୬ଟାରୁ ଖୋଲିଲା ସ୍କୁଲ : ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ପାଇଁ ବନ୍ଦ ରହିଥିଲା ସ୍କୁଲ୍ Kanak News Reviewed by SUBHENDU BARAL on May 01, 2022 Rating: 5

No comments:

Powered by Blogger.