ଭୁବନେଶ୍ଵର: ବଦଳୁଛି ୱାର୍କିଂ କଲଚର। ଘରେ ଥାଇ କମ୍ପାନୀ ପାଇଁ କାମ କରୁଛନ୍ତି ଏମ୍ପ୍ଲୋଇ । କୋଭିଡ ସ୍ଥିତିରେ ଦେଶରେ କାମ କରିବାର ଶୈଳୀ ବଦଳି ଯାଇଛି। ୱାର୍କ ଫ୍ରମ ହୋମ କଲଚରକୁ ବେଶୀ ଗୁରୁତ୍ବ ଦେଉଛନ୍ତି ଆଇଟି କମ୍ପାନୀ। ଏହା ଉଭୟ କମ୍ପାନୀ ଏବଂ ଏମ୍ପ୍ଲୟିଙ୍କୁ ସୁହାଉଛି । କୋଭିଡ୍ ସ୍ଥିତି ସୁଧୁରିଲାଣି, ସ୍ଥିତି ସ୍ବାଭାବିକ ହେଲାଣି, ତେବେବି ଦେଶର ଅନେକ କମ୍ପାନୀ ୱର୍କ ଫ୍ରମ ହୋମ ବ୍ୟବସ୍ଥା ଜାରି ରଖିଛନ୍ତି।
ଭୁବନେଶ୍ବରରେ ଅନେକ ଆଇଟି କମ୍ପାନୀ, ଏଭିତରୁ TCS ବେଶ ଜଣାଶୁଣା। କୋଭିଡ କଟକଣା କୋହଳ ହେବା ସତ୍ବେ ଏବେବି କମ୍ପାନୀରେ ଚାଲିଛି ୱାର୍କ ଫ୍ରମ ହୋମ କଲଚର। ୮୦ପ୍ରତିଶତ ଏମ୍ପ୍ଲୟି ଏବେ ବି ଘରୁ କାମ କରୁଛନ୍ତି। ଘରେ ବସି କାମ କରିବାକୁ ମଧ୍ୟ ଚାହୁଁଛନ୍ତି ଏମ୍ପ୍ଲୟି, ସେପଟେ କମ୍ପାନୀ ମଧ୍ୟ ଏହାର ସୁବିଧା ପାଉଛି । ଘରେ ନିଜ କମ୍ପଫର୍ଟ ଜୋନ୍ରୁ ଏମ୍ପ୍ଲୟି କାମ କରୁଥିବାରୁ ବେଶ ଅଧିକ ସମୟ କାମ କରିପାରୁଛନ୍ତି । ଏହାଦ୍ବାରା ଆଉଟପୁଟ୍ ବଢୁଥିବା କହୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।
କେବଳ ଟିସିଏସ ନୁହେଁ, ମାଇଣ୍ଡ ଟ୍ରି, ଆଇବିଏମ , ଆସେଞ୍ଚର, ଡିଏଲଏଫ ଏବଂ ହବ ପରି ନାଁ କରା ଆଇଟି କମ୍ପାନୀ ଏବେ ୱାର୍କ ଫ୍ରମ ହୋମ କଲଚରକୁ ଆଦରିଛନ୍ତି । କିଛି କମ୍ପାନୀ ସପ୍ତାହକୁ ୩ ଦିନ ୱାର୍କ ଫ୍ରମ ହୋମ ସୁବିଧା ଦେଉଥିବା ବେଳେ ୩ ଦିନ ଅଫିସ ଆସି କାମ କରିବା ପାଇଁ ମଧ୍ୟ କହୁଛନ୍ତି । ଏହାକୁ କୁହାଯାଉଛି ହାଇବ୍ରିଡ୍ ବ୍ୟବସ୍ଥା। ଘରୁ କାମ କରିବା ଦ୍ବାରା ଅଧିକ ସୁବିଧା ହେଉଥିବା ଏମ୍ପ୍ଲୟି କହିଛନ୍ତି। ଅନ୍ୟ ରାଜ୍ୟକୁ ଯିବାକୁ ପଡୁନି, ନିଜ ଘର ବା ଗାଁରେ ଥାଇ ମଧ୍ୟ କାମ କରି ହେଉଛି। ପରିବାରଙ୍କୁ ସମୟ ଦେଇ ପାରୁଥିବା କହିଛନ୍ତି ସଫ୍ଟୱୟେର ଇଂଜିନିୟର । ପୁରୁଷ ଷ୍ଟାଫଙ୍କ ତୁଳନାରେ ମହିଳା ଷ୍ଟାଫଙ୍କ ପାଇଁ ୱର୍କ ଫ୍ରମ ହୋମ ବ୍ୟବସ୍ଥା ଅଧିକ ଫାଇଦା ଦେଉଛି । ଘରୁ କାମ କରିଲେ ଦୈନିକ ୧୫ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡୁଛି। ଏହା ସତ୍ବେ ଏହାକୁ ପସନ୍ଦ କରାଯାଉଛି ।
ସାରା ବିଶ୍ବରେ ୱାର୍କ ଫ୍ରମ୍ ହୋମ୍ ଏବେ ପାଲଟି ଯାଇଛି ନ୍ୟୁ ନର୍ମାଲ । ଏହା ଦ୍ବାରା ବଡ଼ ସହର ଉପରେ ଚାପ କମୁଛି । ଲୋକମାନେ ନିଜ ପରିବେଶରେ କାମ କରୁଛନ୍ତି, ଫଳରେ କମ୍ପାନୀ ଉପେ ମଧ୍ୟ ବଡ଼ ଭିତ୍ତିଭୂମି ସୃଷ୍ଟି କରିବା ଚାପ ରହୁନି ।
from Prameya News7 https://ift.tt/i4ME0AW

No comments: