ଜାଣନ୍ତୁ ଏଥର କାହିଁକି ସ୍ୱତନ୍ତ୍ର ଆସନ୍ତା ମେ ୩୦ ଓ କିପରି ହାଇଥିଲା ସାବିତ୍ରୀଙ୍କ ଜନ୍ମ ?

ଭୁବନେଶ୍ୱର ୨୬/୦୫ : ଚଳିତ ମାସ ମେ ୩୦ ତାରିଖ ବହୁତ ସ୍ୱତନ୍ତ୍ର ଅଟେ। ଏହିଦିନ ବଟ ସାବିତ୍ରୀ ବ୍ରତ ସହିତ ଶନିଦେବଙ୍କ ଜୟନ୍ତୀ ଓ ସୋମବତୀ ଅମାବାସ୍ୟା ରହିଛି। ଯ୍ୟୋତିଷାଚାର୍ଯ୍ୟଙ୍କ ମତରେ ପାଖାପାଖି ୩୦ ବର୍ଷ ପରେ ଏପରି ସଂଯୋଗ ଦେଖିବାକୁ ମିଳିଛି। ବଟ ସାବିତ୍ରୀ ବ୍ରତ ଦିନ ସଧବା ମହିଳାମାନେ ତାଙ୍କର ସ୍ୱାମୀଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ବ୍ରତ ପାଳନ କରିଥାଆନ୍ତି। ଏହି ଦିନ ବରଗଛକୁ ମଧ୍ୟ ପୂଜା କରା ଯାଇଥାଏ।   

ପଣ୍ଡିତ ସୌରଭ କୁମାର ମିଶ୍ରଙ୍କ ମତରେ ବଟ ସାବତ୍ରୀ ବ୍ରତ ଆସନ୍ତା ୩୦ ତାରିଖରେ ରହିଛି।ଏହି ଦିନ ଶନି ଜୟନ୍ତୀ ଓ ସୋମବତୀ ଅମାବାସ୍ୟା ମଧ୍ୟ ରହିଛି। ଏହି ଦିନ ବ୍ରତ ରଖିଲେ ଶନିଦେବଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ବରଗଛ ପୂଜା ଓ ସାବିତ୍ରୀ-ସତ୍ୟବାନଙ୍କ କଥା ମନେପକାଇ ପୂଜା କରାଯାଉଥିବାରୁ ଏହାକୁ ବଟ ସାବିତ୍ରୀ ବ୍ରତ କୁହାଯାଏ।ସାବିତ୍ରୀର ଅର୍ଥ ବେଦମାତା ଗାୟତ୍ରୀ ବା ବିଦ୍ୟାଦାୟିନୀ ମା ସରସ୍ୱତୀ। ସାବିତ୍ରୀଙ୍କ ଜନ୍ମ ବିଶିଷ୍ଟ ପରିସ୍ଥିତିରେ ହୋଇଥିଲା। କୁହାଯାଏଯେ ଭଦ୍ର ଦେଶର ରାଜା ଅଶ୍ୱପତିଙ୍କର କୌଣସି ସନ୍ତାନ ନଥିଲେ। ସେ ସନ୍ତାନ ପ୍ରାପ୍ତି ପାଇଁ ମନ୍ତ୍ର ଉଚ୍ଚାରଣ ସହିତ ପ୍ରତ୍ୟକ ଦିନ ଏକ ଲକ୍ଷ ଆହୁତି ଦେଉଥିଲେ। ଏପରି ସେ ୧୮ ବର୍ଷ ପର୍ଯ୍ୟନ୍ତ କରିଥିଲେ। ଏହାପରେ ସାବିତ୍ରୀ ଦେବୀ ପ୍ରକଟ ହୋଇ ରାଜାଙ୍କୁ ବର ଦେଇ କହିଥିଲେ ‘’ହେ ରାଜନ ତୁମର ଏକ ତେଜସ୍ୱୀ କନ୍ୟା ଜନ୍ମ ହେବ’’। ସାବିତ୍ରୀ ଦେବୀଙ୍କ କୃପାରୁ ରାଜାଙ୍କ ଝିଅ ଜନ୍ମ ହୋଇଥିବାରୁ ଝିଅର ନାଁ ସାବିତ୍ରୀ ରଖାଯାଇଥିଲା। ଏଥର ସର୍ବାର୍ଥ ସିଦ୍ଧି ଯୋଗରେ ବଟ ସାବିତ୍ରୀ ପୂଜା କରାଯିବ।

ବୁଢ଼ାନାଥ ମନ୍ଦିରର ଟୁନ୍ନା ପଣ୍ଡିତଙ୍କ କହିବା ଅନୁସାରେ ଯ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଶନିଙ୍କ ଜୟନ୍ତୀ ପାଳନ କରାଯାଏ।ଶାସ୍ତ୍ର ଅନୁସାରେ ଏହିଦିନ ଶନିଦେବ ଜନ୍ମ ହୋଇଥିଲେ। ଏହିକାରଣରୁ ଏହି ଦିନ ଜନ୍ମଉତ୍ସବ ଭାବେ ଶନିଦେବଙ୍କର ପୂଜା କରା ଯାଇଥାଏ। ଶନିଦେବ ଭକ୍ତମାନଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି। କର୍ମ ଫଳଦାତା ଶନିଦେବଙ୍କ କୃପା ପାଇବା ପାଇଁ ଶନି ଜୟନ୍ତୀକୁ ବହୁତ ଭଲଦିନ ବୋଲି କୁହାଯାଏ। କାରଣ ଏହିଦିନ ନୀତି ନିୟମ ଅନୁସାରେ ଶନିଦେବଙ୍କୁ ପୂଜା କଲେ ଜାତକରୁ ଶନିଦଶା କଟିଯାଏ।ଏହା ସହିତ ଶନି ଦେବଙ୍କ କୃପାହେଲେ ଶାରୀରିକ ମାନସିକ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ।  



from Prameya News7 https://ift.tt/Y1mlq3L
ଜାଣନ୍ତୁ ଏଥର କାହିଁକି ସ୍ୱତନ୍ତ୍ର ଆସନ୍ତା ମେ ୩୦ ଓ କିପରି ହାଇଥିଲା ସାବିତ୍ରୀଙ୍କ ଜନ୍ମ ? ଜାଣନ୍ତୁ ଏଥର କାହିଁକି ସ୍ୱତନ୍ତ୍ର ଆସନ୍ତା ମେ ୩୦ ଓ କିପରି ହାଇଥିଲା ସାବିତ୍ରୀଙ୍କ ଜନ୍ମ ? Reviewed by SUBHENDU BARAL on May 26, 2022 Rating: 5

No comments:

Powered by Blogger.