ରବିବାର ଦେଖା ହେଲାନି ଇଦ୍‌ ଚାନ୍ଦ; ମେ ୩ରେ ଇଦ୍‌ ପାଳନ ହେବା ନେଇ ଘୋଷଣା

ନୂଆଦିଲ୍ଲୀ ୦୧/୦୫ : ରମ୍‌ଜାନ୍‌ ମାସ ପୁରା ହେବା ପରେ ମୁସଲମାନ ମାନଙ୍କର ସବୁଠାରୁ ବଡ଼ ପର୍ବ ଇିଦ୍‌-ଉଲ୍-ଫିତର୍‌ ମଙ୍ଗଳବାର ପାଳନ କରାଯିବ। ରବିବାର ଇଦ୍‌ର ଚାନ୍ଦ ନଦେଖାଯିବାରୁ ଆସନ୍ତା ମେ ୩ ତାରିଖ ଇଦ୍‌ ପାଳନ କରାଯିବ। ଦାରୁଲ୍‌ ଉଲମ୍‌ ଦେଓବନ୍ଦ୍‌ର କାର୍ଯ୍ୟବାହକ ମୋହତମିମ୍‌ ମୌଲାନା ଅବ୍ଦୁଲ ଖାଲିଫ ମଦ୍ରାସୀ ରୁପୟେ ହିଲାଲ କମିଟି ବୈଠକ ପରେ ମଙ୍ଗଳବାର ଇଦ୍‌ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି।

ରବିବାର ସନ୍ଧ୍ୟାରେ ଇଦ୍‌ ଚାନ୍ଦ ଦେଖାଯିବ ବୋଲି ଆଶା କରାଯାଇଥିଲା କିନ୍ତୁ କୌଣସି ଇଦ୍‌ ଚନ୍ଦ୍ର ଦେଖା ଯାଇନଥିଲା। ସେଥିପାଇଁ ଉଲେମା-ଏ-ଦିନ ମେ ୨ ସୋମବାର ପର୍ଯ୍ୟନ୍ତ ରୋଜା ରଖିବା ଓ ମେ ୩ ରେ ଇଦ୍‌ ପାଳନ କରାହେବ ଘୋଷଣା କରିଛନ୍ତି । ସେହିପରି  ସାଉଦିଆରବର ସୁପ୍ରିମକୋର୍ଟ ମଧ୍ୟ ମେ ୨ରେ ଇଦ୍‌ ପାଳନ କରିବାର ଘୋଷଣା କରିଛନ୍ତି ।  

ସେହିପରି ମେରଠର ସହର କାଜୀ ଜୈନୁସ ସାଜିଦୀନ ଓ ସହାରନପୁରର ସହର କାଜି ନଦୀମ ଅଖତରଙ୍କ ଅନୁସାରେ ରବିବାର ରାତି ୦୮:୩୦ ପର୍ଯ୍ୟନ୍ତ ଚାନ୍ଦ ଦେଖା ନଯିବାରୁ ମେ ୩ରେ ଇଦ୍‌ର ଘୋଷଣା କରାଯାଇଛି । ଉଲେମା ଇଦଘା ଓ ମସଜିଦ୍‌ ଭିତରେ ଇଦ୍‌ର ନମାଜ ପାଠ କରିବା ପାଇଁ ଅପିଲ୍‌ କରିଛନ୍ତି ।

ଉଲେମାଙ୍କ ମତରେ ଲଗାତାର ତୃତୀୟ ବର୍ଷରେ ୩୦ଟି ରୋଜା ପରେ ଇଦ୍‌ ଉତ୍ସବ ପାଳନ କରାଯାଉଛି। ଏଥର ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରମ୍‌ଜାନ୍‌ର ରୋଜା ୧୪ଘଣ୍ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ରହିଛି। ପୂର୍ବରୁ ସାଧାରଣ ଭାବେ ୨୯ଟି ରୋଜା ପରେ ଇଦ୍‌ ପାଳନ କରାଯାଉଥିଲା କିନ୍ତୁ ଗତ ତିନି ବର୍ଷ ହେଲା ୩୦ଟି ରୋଜା ପରେ ଇଦ୍‌ ପାଳନ କରାଯାଉଛି।



from Prameya News7 https://ift.tt/xasjAyJ
ରବିବାର ଦେଖା ହେଲାନି ଇଦ୍‌ ଚାନ୍ଦ; ମେ ୩ରେ ଇଦ୍‌ ପାଳନ ହେବା ନେଇ ଘୋଷଣା ରବିବାର ଦେଖା ହେଲାନି ଇଦ୍‌ ଚାନ୍ଦ; ମେ ୩ରେ ଇଦ୍‌ ପାଳନ ହେବା ନେଇ ଘୋଷଣା Reviewed by SUBHENDU BARAL on May 01, 2022 Rating: 5

No comments:

Powered by Blogger.