ଓମଫେଡ୍ କ୍ଷୀର ନୂଆ ଦର; ଲିଟର ଫିଛା ୨ଟଙ୍କା ବୃଦ୍ଧି ପାଇଛି Otv Khabar Bureau

ଆଜିଠୁ ବଢିଲା ଓମଫେଡ୍ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହା ଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯାଉଛି । ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି।

ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇ ନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ, ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ରି କରୁଛି ଓମଫେଡ୍ । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପର୍ଯାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ।



from Latest Odisha News, Breaking News Today | Top Updates on Corona - OTV News https://ift.tt/BVmgLvr
ଓମଫେଡ୍ କ୍ଷୀର ନୂଆ ଦର; ଲିଟର ଫିଛା ୨ଟଙ୍କା ବୃଦ୍ଧି ପାଇଛି Otv Khabar Bureau ଓମଫେଡ୍ କ୍ଷୀର ନୂଆ ଦର; ଲିଟର ଫିଛା ୨ଟଙ୍କା ବୃଦ୍ଧି ପାଇଛି Otv Khabar Bureau Reviewed by SUBHENDU BARAL on April 20, 2022 Rating: 5

No comments:

Powered by Blogger.