ରାଷ୍ଟ୍ରପତି ପୁଟିନ୍ କହିଲେ, କୌଣସି ପଦକ୍ଷେପ ନେବା ପୂର୍ବରୁ ଦୁଇ ଥର ଭାବିବେ ଶତ୍ରୁ ରାଷ୍ଟ୍ର Kanak News

କନକ ବ୍ୟୁରୋ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣିଥରେ ଜୋରଦାର ହୋଇଛି । ଆଉ ଏହାରି ଭିତରେ ଶକ୍ତିଶାଳୀ ଆଣବିକ ମିଜାଇଲ୍ ପରୀକ୍ଷା କରିଛି ରୁଷିଆ । ଯାହା ଫଳରେ ନ୍ୟୁକ୍ଲିୟର ଆକ୍ରମଣ ଆଶଙ୍କା ପୁଣିଥରେ ବଢ଼ିଯାଇଛି । ‘ସରମାତ୍’ ନାମକ ରୁଷିଆର ଏହି ଇଂଟର କଂଟିନେଂଟାଲ ବାଲାଷ୍ଟିକ୍ ମିଜାଇଲ୍ ବିପୁଳ ପରିମାଣର ଆଣବିକ ଅସ୍ତ୍ର ପରିବହନ କରିବା କ୍ଷମତା ରହିଛି । ଏହି ପରୀକ୍ଷା ସଫଳ ହେବା ପରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, କୌଣସି ପଦକ୍ଷେପ ନେବା ପୂର୍ବରୁ ଶତ୍ରୁ ରାଷ୍ଟ୍ର ଦୁଇ ଥରେ ଚିନ୍ତା କରିବେ । ପୃଥୀବିର ଯେକୌଣସି ସ୍ଥାନକୁ ଏହି ମିଶାଇଲ ଭେଦ କରିପାରିବ ବୋଲି ପୁଟିନ୍ କହିଛନ୍ତି । ସେପଟେ ଆମେରିକାର ପ୍ରତିରକ୍ଷା କେନ୍ଦ୍ର ପେଣ୍ଟାଗନ୍ କହିଛନ୍ତି ଏହି ମିଜାଇଲ୍ ପରୀକ୍ଷଣ ରୁଟିନ୍ ଟେଷ୍ଟ, ଏଥିରେ ଭୟ କରିବାର କାରଣ ନାହିଁ ।
ସେପଟେ ୟୁକ୍ରେନର ମାରିଓପୋଲ ସହରରେ ଋଷ-ୟୁକ୍ରେନ ମଧ୍ୟରେ କଥାବର୍ତା ସ୍ଥଗିତ ରଖିବାକୁ କହିଛି । ଗାରିସନରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ କଥାର୍ବତା ବନ୍ଦ ରଖିବାକୁ କହିଛି ୟୁକ୍ରେନ । ଏପଟେ ଡୋନବାସ କ୍ଷେତ୍ରରେ ଥିବା ମାରିୟୁପୋଲରେ ୟୁକ୍ରେନ ସେନାକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ଚରମବାଣୀ ଶୁଣାଇଛି କ୍ରେମଲିନ୍ । ରୁଷିଆ ବୈଦେଶିକ ମନ୍ତ୍ରୀ ସରଗଇ ଲାବରୋବ ୟୁକ୍ରେନକୁ ଏହି ଚେତାବନୀ ଦେଇଛନ୍ତି । ପୂର୍ବ ୟୁକ୍ରେନର ଡୋନବାସର ବିଭିନ୍ନ ସ୍ଥାନରେ ରୁଷ ସେନା ଆକ୍ରମଣକୁ ୟୁକ୍ରେନ ପକ୍ଷରୁ ଜୋରଦାର ପ୍ରତିରୋଧ କରାଯାଉଛି । ଏହି ଅଂଚଳରେ ମାରୟୁପୋଲ, ଲୁହାନସ୍କ, ଡୋନେସ୍କ ଭଳି ଅନେକ ସ୍ଥାନରେ ରୁଷ ସେନା କବଜା କରିବାକୁ ଉଦ୍ୟମ କରୁଛି । ପଶ୍ଚିମ ୟୁକ୍ରେନ ତୁଳନାରେ ଏଠାରେ ରୁଷର ମୂଳ ବାସିନ୍ଦାଙ୍କ ସଂଖ୍ୟା ଅଧିକ ରହିଥିବା ରାଷ୍ଟ୍ରପତି ପୁଟିନ୍ ଦାବି କରି ଆସୁଛନ୍ତି । ଆଉ ଏହି କ୍ଷେତ୍ରକୁ ୟୁକ୍ରେନ ଠାରୁ ଅଲଗା କରି ରୁଷିଆ ସହ ମିଶାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ପୁଟିନ୍ । ୨୦୧୪ରେ ଯେଉଁଭଳି କ୍ରାଇମିଆ ଉପରେ କବଜା କରି କ୍ରାଇମିଆକୁ ୟୁକ୍ରେନ ଠାରୁ ଅଲଗା କରି ରୁଷିଆରେ ସାମିଲ କରାଯାଇଛି, ଠିକ୍ ସେହିପରି ଏବେ ଡୋନବାସକୁ ୟୁକ୍ରେନ ଠାରୁ ଅଲଗା କରି ରୁଷିଆରେ ମିଶାଇବା ପାଇଁ ଚାହୁଁଛନ୍ତି ପୁଟିନ୍ ।

The post ରାଷ୍ଟ୍ରପତି ପୁଟିନ୍ କହିଲେ, କୌଣସି ପଦକ୍ଷେପ ନେବା ପୂର୍ବରୁ ଦୁଇ ଥର ଭାବିବେ ଶତ୍ରୁ ରାଷ୍ଟ୍ର first appeared on Kanak News.



from Kanak News https://ift.tt/PmH0R21 https://ift.tt/oKhlp9L
ରାଷ୍ଟ୍ରପତି ପୁଟିନ୍ କହିଲେ, କୌଣସି ପଦକ୍ଷେପ ନେବା ପୂର୍ବରୁ ଦୁଇ ଥର ଭାବିବେ ଶତ୍ରୁ ରାଷ୍ଟ୍ର Kanak News ରାଷ୍ଟ୍ରପତି ପୁଟିନ୍ କହିଲେ, କୌଣସି ପଦକ୍ଷେପ ନେବା ପୂର୍ବରୁ ଦୁଇ ଥର ଭାବିବେ ଶତ୍ରୁ ରାଷ୍ଟ୍ର Kanak News Reviewed by SUBHENDU BARAL on April 20, 2022 Rating: 5

No comments:

Powered by Blogger.