ମୁମ୍ବାଇ: ନିରାଶ ପରେ ନିରାଶ ମୁମ୍ବାଇ ପ୍ରଶଂସକ। ଆଉ ପରାଜୟ ପରେ ପରାଜୟର ଅଲୋଡା ରେକର୍ଡ କରି ଚାଲିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବା ମୁମ୍ବାଇ ପକ୍ଷେ ଦୁଃସ୍ଵପ୍ନ ପାଲଟିଛି। ନିଜ ଘରୋଇ ଗ୍ରାଉଣ୍ଡ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ମ୍ୟାଚରେ ମଧ୍ୟ ମୁମ୍ବାଇକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ଏହି ପରାଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡିଛି। ଆଇପିଏଲର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁମ୍ବାଇକୁ ୩୬ ରନରେ ହରାଇଛି। ଏଥିସହ ଚଳିତ ସିଜିନରେ ଲକ୍ଷ୍ନୌ ମୁମ୍ବାଇ ବିପକ୍ଷରେ ନିଜର ଦ୍ଵିତୀୟ ବିଜୟ ହାସଲ କରିଛି। ପଞ୍ଚମ ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉପରକୁ ଉଠିଛି। ପ୍ରଥମେ ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ଶତକୀୟ ଇନିଂସ ପରେ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଲକ୍ଷ୍ନୌ ଟୁର୍ଣ୍ଣାମେଣ୍ଟରେ ଅଷ୍ଟମ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରିଛି। ଅନ୍ୟପଟେ ମୁମ୍ବାଇ ଖେଳିଥିବା ସମସ୍ତ ଆଠଟି ମ୍ୟାଚରେ ପରାଜୟ ଭୋଗିଛି।
ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଥିଲା। ରୋହିତ ଶର୍ମା(୩୯) ଏବଂ ତିଳକ ବର୍ମା(୩୮) କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଗୁଜରାଟ ପକ୍ଷରୁ କୃଣାଲ ପାଣ୍ଡ୍ୟା ୩ ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ ପ୍ରାୟ ସମସ୍ତ ବୋଲର ମାପଚୁପ ବୋଲିଂ କରିଥିଲେ।
୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଏଥର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ୭.୧ ଓଭରରେ ୪୯ ରନ ଯୋଡିଥିଲେ। ପୁଣି ଥରେ ଇଶାନ କିଷନ ଦଳକୁ ନିରାଶ କରି ୨୦ ବଲରୁ ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦଳ ସଅଳ ୩ଟି ଓ୍ଵିକେଟ୍ ହରାଇଥଲା। ଡେଓ୍ଵାର୍ଲ୍ଡ ବ୍ରେଭିସ୍(୩) ପାଭିଲିୟନ ଫେରିଥିଲେ। କ୍ରିଜରେ ସେଟ୍ ହୋଇଥିବା ରୋହିତ ଶର୍ମା ୩୧ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୯ ରନ କରି ଆଉଟ୍ ହେବା ମୁମ୍ବାଇକୁ ବଡ ଝଟକା ଲାଗିଥିଲା।
ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ(୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୬୭ ରନ ସ୍କୋରରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ମୁମ୍ବାଇର ଇନିଂସକୁ ତିଳକ ବର୍ମା ଏବଂ କିରଣ ପୋଲାର୍ଡ ଆଗକୁ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୫୭ ରନ ଯୋଡିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା। ବର୍ମା ୨୭ ବଲରୁ ୨ଟି ଲେଖାଏଁ ଚୌକା ଏବଂ ଛକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ସେ ୧୯ ରନ କରି ଆଉଟ୍ ଥିଲେ। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା।
ଗୁଜରାଟ ପକ୍ଷରୁ କୃଣାଲ ପାଣ୍ଡ୍ୟା ୧୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ମହସିନ ଖାନ, ଜାସନ ହୋଲଡର, ରବି ବିଷ୍ଣୋଇ ଓ ଆୟୁଷ ବଦୋନୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ
ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ ପକ୍ଷରୁ ଓପନର କ୍ବିଣ୍ଟନ ଡି’ କକ୍ ୧୦ ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୮୫ ରନରେ ମନୀଷ ପାଣ୍ଡେ ୨୨ ରନ କରି ପାଭିଲିୟନ ଫେରିଥିଲେ। ଗୋଟିଏ ପଟେ କେଏଲ ରାହୁଲ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମାର୍କସ୍ ଷ୍ଟୋଇନିସ୍ ୦ ରନ, କ୍ରୁନାଲ ପାଣ୍ଡ୍ୟା ୧ରନ, ଦୀପକ ହୁଡ୍ଡା ୧୦ରନ, ଆୟୁସ୍ ବାଦୋନୀ ୧୪ରନ କରି ଆଉଟ ହୋଇଥିଲେ। ଅଧିନାୟକ ଲୋକେସ୍ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୬୨ ବଲ ଖେଳି ୧୨ଚୌକା ଏବଂ ୪ଟି ଛକା ସହାୟତାରେ ୧୦୩ ରନ କରି ଅପରାଜିତ ଅଛନ୍ତି। ଚଳିତ ଆଇପିଏଲରେ ରାହୁଲଙ୍କ ଏହା ହେଉଛି ଦ୍ଵିତୀୟ ଶତକ ଏବଂ ମୁମ୍ବାଇ ବିରୋଧରେ ଏହା ତାଙ୍କର ତୃତୀୟ ଶତକ। ଜାସନ୍ ହୋଲଡର ୦ ରନ କରି ଅପରାଜିତ ଥିଲେ। ରାହୁଲଙ୍କ ଶତକ ସତ୍ତ୍ଵେ ଲକ୍ଷ୍ନୌ ବିଶାଳ ସ୍କୋର କରି ପାରିନାହିଁ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଛି।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କିରଣ ପୋଲାର୍ଡ ୨ ଓଭରରେ ୮ରନ ଦେଇ ୨ ଓ୍ବିକେଟ୍ ଏବଂ ରିଲେ ମେରିଡିଥ୍ ୪ ଓଭରରେ ୪୦ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି। ଡାନିଏଲ୍ ସାମସ୍ ଗୋଟିଏ ଓ୍ଵିକେଟ୍ ନେଇଥିେଲ।
from Prameya News7 https://ift.tt/sdSJ8Cq

No comments: