ଗୌହାଟି ନଗର ନିଗମ ନିର୍ବାଚନରେ ଖାତା ଖୋଲିଲା ଆପ୍‌; କଂଗ୍ରେସ୍‌ର ହାତ ଖାଲି

ଗୌହାଟି ୨୪/୦୩ : ଗୌହାଟିରେ ନଗର ନିଗମ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି। କିନ୍ତୁ ଏହି ନିର୍ବାଚନରେ ସେଠାରେ ପ୍ରଥମ ଥର ପାଇଁ ଆମ୍‌ ଆଦ୍‌ମୀ (ଆପ୍‌) ପାର୍ଟି ତାର ଖାତା ଖୋଲିଛି। ସେଠାକାର ଆପ୍‌ର ଆଶାୟୀ ପ୍ରାର୍ଥିନୀ ମାସୁମା ବେଗମ୍‌ ୪୨ ନମ୍ବର ୱାର୍ଡରୁ ନିର୍ବାଚନ ଜିତି ଆପ୍‌ ଦଳର ଖାତା ଖୋଲିଛନ୍ତି। ସେ ଜିତିଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି ତାଙ୍କୁ ଶୁଭେଚ୍ଛା ଜଣାଇଛି । ଏହି ନିର୍ବାଚନରେ ବିଜେପି ସେଠାରେ  ୬୦ଟି ୱାର୍ଡରୁ ୫୮ଟି ୱାର୍ଡରେ ଜିତିଛି।

ଆମ୍‌ ଆଦମୀ ପାର୍ଟି ରବିବାର ଗୌହାଟିରେ ନଗର ନିଗମ ନିର୍ବାଚନରେ ଖାତା ଖୋଲି ନଗର ନିଗମରେ ପ୍ରବେଶ କରିଛି । ଆମ୍‌ ଆଦମୀ ପାର୍ଟି ଏହି ବିଜୟକୁ ବଡ଼ ପରିବର୍ତ୍ତନର ସଙ୍କେତ ବୋଲି କହିଛି । ଆପ୍‌ର ପ୍ରାର୍ଥିନୀ ମାସୁମା ବେଗମ୍‌ ଗୌହାଟିର ୪୨ନମ୍ବର ୱାର୍ଡରୁ ନିର୍ବାଚନ ଲଢ଼ି ଜିତିଛନ୍ତି ।

ସୂଚନାଥାଉକି, ଆସାମ୍‌ର ଗୌହାଟି ନଗର ନିଗମ ନିର୍ବାଚନରେ ବିଜେପି ଓ ତାର ସହଯୋଗୀ ଆସାମ୍‌ ଗଣ ପରିଷଦ ଗୌହାଟିର ମୋଟ ୬୦ଟି ଆସନରୁ ୫୮ଟି ଆସନ ଦଖଲ କରିଛନ୍ତି। ବିଜେପି ମୋଟ୍‌ ୫୨ଟି ଆସନ ହାତେଇଥିବା ବେଳେ ଆସାମ ଗଣ ପରିଷଦ ୬ଟି ଆସନ କବ୍‌ଜା କରିଛି। ସେହିପରି ସେଠାରେ ଆସାମ ଜାତୀୟ ପାର୍ଟି ହାତକୁ ଗୋଟିଏ ଆସନ ଯାଇଛି। କିନ୍ତୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ସେଠାରେ ଗୋଟିଏବି ଆସନରେ ଜିତିପାରି ନାହିଁ।   

ସେଠାରେ ବିଜେପିର ଏହି ସୁନ୍ଦର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ମତଦାତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ''ଧନ୍ୟବାଦ ଗୌହାଟି! ଏହି ସୁନ୍ଦର ସହରର ଜନତାମାନେ ଆସାମ ବିଜେପିକୁ ବିକାସର କାର୍ଯ୍ୟସୂଚିକୁ ଆଗକୁ ବଢ଼ାଇବା ପାଇଁ ଜୋରଦାର ଜନାଦେଶ ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ସରକାରର କଠିନ ପରିଶ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କଠିନ ପରିଶ୍ରମ ପାଇଁ ପ୍ରତ୍ୟକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋର ଧନ୍ୟବାଦ'' ।  



from Prameya News7 https://ift.tt/uf0FTQj
ଗୌହାଟି ନଗର ନିଗମ ନିର୍ବାଚନରେ ଖାତା ଖୋଲିଲା ଆପ୍‌; କଂଗ୍ରେସ୍‌ର ହାତ ଖାଲି ଗୌହାଟି ନଗର ନିଗମ ନିର୍ବାଚନରେ ଖାତା ଖୋଲିଲା ଆପ୍‌; କଂଗ୍ରେସ୍‌ର ହାତ ଖାଲି Reviewed by SUBHENDU BARAL on April 24, 2022 Rating: 5

No comments:

Powered by Blogger.