ନଦିଆ: ନଦିଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଟିଏମ୍ସି ପଞ୍ଚାୟତ ସଦସ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଦଳରେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଗିରଫ ଦୁଇ ହେଲେ ସମରେନ୍ଦ୍ର ଗୋଲା ଓ ପିୟୁଷ ଭକ୍ତ।
ଏହି ଘଟଣାରେ ସମରେନ୍ଦ୍ରର ପୁଅ ବ୍ରଜଗୋପାଳ ଗୋଲା(୨୧) ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ତାକୁ ଆରମ୍ଭରୁ ଗିରଫ କରିଛି। ତେବେ ଦୁର୍ଘଟଣା ପରଠାରୁ ସମରେନ୍ଦ୍ର ନିଖୋଜ ଥିଲା। ହେଲେ ମଙ୍ଗଳବାର ତାଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିଥିଲା।
ଆଜି ଗିରଫ କରିବା ପରେ ସମରେନ୍ଦ୍ରକୁ ଅନେକ ପ୍ରଶ୍ନ ପଚାରିବେ ତଦନ୍ତକାରୀ ଟିମ୍। ଜନ୍ମଦିନ ଦିନ ସମରେନ୍ଦ୍ରଙ୍କ ଘରେ ହୋଇଥିଲା କି ନାହିଁ। ପୀଡ଼ିତାଙ୍କୁ କିଏ ଡାକିଥିଲା ବ୍ରଜ ଗୋପାଳ ନା ଆଉ କିଏ ? ଘଟଣା ଘଟିବା ସମୟରେ ସମରେନ୍ଦ୍ର ଓ ତାଙ୍କ ପତ୍ନୀ କେଉଁଠି ଥିଲେ ? ତା ସହିତ ପୀଡ଼ିତାଙ୍କ ଅନ୍ତିମ ସଂସ୍କାରରେ କିଏ କିଏ ଉପସ୍ଥିତ ଥିଲେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ।
ଦୁର୍ଘଟଣା ବିଷୟରେ ସୂଚନା-
ଏପ୍ରିଲ ୧୦ ତାରିଖରେ ପଶ୍ଚିବଙ୍ଗ ନଦିଆରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଏପ୍ରିଲ ୯ ତାରିଖରେ ବ୍ରଜଗୋପାଳର ଜନ୍ମଦିନରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ଏପ୍ରିଲ୍ ୧୦ ତାରିଖରେ ନାବାଳିକାର ମୃତ୍ୟୁ ହୋଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ ନକରି ପୀଡ଼ିତାଙ୍କ ଶବ ସଂସ୍କାର କରାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ଏପ୍ରିଲ ୧୨ ତାରିଖରେ କଲିକତା ହାଇକୋର୍ଟ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ।
from Prameya News7 https://ift.tt/Qt4Cpf8
No comments: