ଝାରସୁଗୁଡା,୧୫।୪: ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କଲା ଝାରସୁଗୁଡା ପୋଲିସ । ଦେଢଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଯୁବତୀଙ୍କୁ ରାଜସ୍ଥାନରୁ ଉଦ୍ଧାର କଲା ଝାରସୁଗୁଡା ପୋଲିସ । ଝାରସୁଗୁଡା ସହରର ଜଣେ ବିବାହିତା ମହିଳାଙ୍କୁ ନେଇ ରାଜସ୍ଥାନରେ ବିବାହ କରାଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ।
ଝାରସୁଗୁଡା ସହରର ଜଣେ ମହିଳା ଗତ ୩ ତାରିଖରେ ନିଜ ସ୍ୱାମୀ ସହ ଝଗଡା କରି ଘରୁ ପଳାଇ ଯାଉଥିବା ବେଳେ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରୁ କିରଣ ସେଠୀ ଓ ହୃଷିକେଶ ସେଠୀ ଅନ୍ୟ ଜଣେ ମହିଳାଙ୍କ ସହ ମିଶି ରାଜସ୍ଥାନ ନେଇ ପଳାଇ ଥିଲେ। ସେଠାରେ ମନୋଜ ପ୍ରଜାପତି ନାମ ଜଣେ ଯୁବକକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିବା ସହ ତାକୁ ବିବାହ କରାଇ ଥିଲେ। କିଛି ଦିନ ପରେ ବିକ୍ରି ହୋଇଥିବା ମହିଳା ଜଣକ ନିଜ ସ୍ୱାମୀକୁ ଖବର ଦେବା ପରେ ସ୍ବାମୀ ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ମାମଲାର ତଦନ୍ତ କରି ରାଜସ୍ଥାନର କୋଟା ଅଞ୍ଚଳରୁ ମହିଳାଙ୍କୁ ଉଦ୍ଧାର କରି ଆଣିବା ପରେ ତାକୁ ବିବାହ କରିଥିବା ମନୋଜ ପ୍ରଜାପତି ସହ ଜଣେ ମହିଳା ସୁପ୍ରିୟା ପ୍ରଜାପତିଙ୍କୁ ରାଜସ୍ଥାନରୁ ଅନ୍ୟ ୩ ଜଣକୁ ଝାରସୁଗୁଡାରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
from Prameya News7 https://ift.tt/xMIdLOU

No comments: