ରୁଷ ସୈନିକଙ୍କ ପତ୍ନୀ କହିଲେ- ୟୁକ୍ରେନୀ ମହିଳାଙ୍କ ଦୁଷ୍କର୍ମ କର, ଆଲୋଚନା ଭାଇରାଲ୍ !

ନୂଆଦିଲ୍ଲୀ ୧୫।୦୪: ଗୋଟିଏ ଲୋକକଥା ଅଛି ପ୍ରେମ ଏବଂ ଯୁଦ୍ଧରେ ସବୁ ଠିକ୍। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ଦେଖିଲେ ବାସ୍ତବରେ ସେମିତି ଘଟୁଥିବା ଲାଗୁଛି। ଏହି ଯୁଦ୍ଧ ସଂପର୍କିତ ଆସିଥିବା ସଦ୍ୟତମ ଘଟଣା ବିଷୟରେ ଜାଣିଲେ ଆପଣଙ୍କ ମନକୁ ବହୁତ ବିଚଳିତ  କରିପାରେ। ଏମିତିରେ ରୁଷ ସୈନିକ ୟୁକ୍ରେନରେ ଧ୍ଵଂସର ତାଣ୍ଡବଲୀଳା ମଚାଉଛନ୍ତି। ଏମିତିରେ ରୁଷ ସୈନିକଙ୍କ ପତ୍ନୀ ନିଜ ପତିଙ୍କୁ ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ କହୁଛନ୍ତି। ଉଭୟ ପତି ଏବଂ ପତ୍ନୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଟେପ୍ ସାମ୍ନାକୁ ଆସିଛି।

ଏହାର ଖୁଲାସା ୟୁକ୍ରେନୀ ସମାଚାର ପତ୍ର Ukrinform  ଅନୁଯାୟୀ ରୁଷର ଜଣେ ମହିଳା ନିଜ ସୈନିକ ପତିଙ୍କୁ ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ କହୁଛନ୍ତି। ଏହି ସବୁ କରି ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବ ବୋଲି ମହିଳା ଜଣଙ୍କ ନିଜ ସୈନିକ ପତିଙ୍କୁ କହୁଛନ୍ତି। ଦ ସିକ୍ୟୁରିଟି ସର୍ଭିସ ଅଫ ଦ ୟୁକ୍ରେନର ଇଣ୍ଟରସେପ୍ଟର ରୁଷ ସୈନିକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ରେକର୍ଡ କରି ନେଇଛନ୍ତି।

ଏହି ଖୁଲାସା ପରେ ପୁଣି ଥରେ ରୁଷରେ ଚହଳ ପଡିଛି। ଲୋକେ ରୁଷ ସୈନିକଙ୍କ ବର୍ବରତା ବିରୋଧରେ ସଡକକୁ ଓହ୍ଲାଇଛନ୍ତି। ରିପୋର୍ଟରେ ଏହା ମଧ୍ୟ  ଜଣା ପଡିଛି ଯେ, ଅଧିକାଂଶ ରୁଷ ମହିଳା ୟୁକ୍ରେନ ମହିଳାଙ୍କ ସହ ଦୁଷ୍କର୍ମକୁ ଉଚିତ୍ ବୋଲି ମାନୁଛନ୍ତି।



from Prameya News7 https://ift.tt/9LxCjTI
ରୁଷ ସୈନିକଙ୍କ ପତ୍ନୀ କହିଲେ- ୟୁକ୍ରେନୀ ମହିଳାଙ୍କ ଦୁଷ୍କର୍ମ କର, ଆଲୋଚନା ଭାଇରାଲ୍ ! ରୁଷ ସୈନିକଙ୍କ ପତ୍ନୀ କହିଲେ- ୟୁକ୍ରେନୀ ମହିଳାଙ୍କ ଦୁଷ୍କର୍ମ କର, ଆଲୋଚନା ଭାଇରାଲ୍ ! Reviewed by SUBHENDU BARAL on April 15, 2022 Rating: 5

No comments:

Powered by Blogger.