ରାତିରେ ବତୁରାଇ ସକାଳୁ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା Pallipuspa Samal

ବିଶେଷଜ୍ଞଙ୍କ ଅନୁଯାୟୀ, ଡ୍ରାଏଫ୍ରୁଟ୍ସକୁ ବତୁରାଇବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ । ଏହା ପେଟ ସମସ୍ୟା, ଇମ୍ୟୁନିଟି, ଓଜନ କମ କରିବାରେ ଏବଂ ଗଣ୍ଠି ବିନ୍ଧ ଭଳି ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣନ୍ତୁ କେଉଁ କେଉଁ ଜିନିଷକୁ ରାତିରେ ବତୁରାଇ ସକାଳେ ଖାଇବା ଉତ୍ତମ।

ମେଥି

ଗଣ୍ଠି ବିନ୍ଧା ମହିଳାମାନଙ୍କ ମଧ୍ୟରେ ଏକ ସାଧାରଣ ସମସ୍ୟା। ଏଥିପାଇଁ ମେଥିକୁ ରାତିରେ ବତୁରାଇ ଦିଅନ୍ତୁ ଓ ସକାଳୁ ଉଠି ତାକୁ ଖାଆନ୍ତୁ କିମ୍ବା ଏହାର ପାଣି ପିଅନ୍ତୁ। ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିବ। ମେଥି ପେଟ ପାଇଁ ବହୁତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ଆରାମ ଦେଇଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।

ଫ୍ଲେକ୍ସସିଡ୍ ବା ଅଳସି:

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଗୋଟିଏ ଚାମଚ ଅଳସି ଖାଇବା ଉଚିତ। ଏହାର ମଞ୍ଜିକୁ ରାତି ସାରା ପାଣିରେ ବତୁରାଇ ସକାଳେ ସେବନ କରନ୍ତୁ। ଏହା ଫାଇବର, ଆୟରନ, ପ୍ରୋଟିନରେ ଭରପୁର। ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

କିସମିସ୍:

କିସମିସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପାଦେୟ। ଏଥିରେ ଭରପୁର ମାତ୍ରାରେ ଆୟରନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ସ୍ୱାସ୍ଥ୍ୟ ପାଇଁ ଏହା ଏକ ବରଦାନ ସଦୃଶ। କିସମିସକୁ ବତୁରାଇ ସକାଳେ ଖାଇଲେ ତ୍ୱଚା ମଧ୍ୟ ଚିକ୍କଣ ହୋଇଥାଏ। ଅଧିକାଂଶ ମହିଳାଙ୍କ ମଧ୍ୟରେ ଆୟରନ ଅଭାବ ଦେଖାଦେଇଥାଏ। ବତୁରା ହୋଇଥିବା କିସମିସ ଆୟରନ ଅଭାବ ଦୂର କରିଥାଏ।

ଅଞ୍ଜିର ବା ଡିମ୍ବିରୀ:

ଅଞ୍ଜିରରେ ଭିଟାମିନ, ଫାଇବର, ମ୍ୟାଗନେସିୟମ, ପୋଟାସିୟମ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ମଧ୍ୟ ରହିଛି ଯାହା ଶରୀରକୁ ଫ୍ରି ରେଡିକାଲ୍ସରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ଅଞ୍ଜିରକୁ ରାତିରେ ପାଣିରେ ବତୁରାଇ ସକାଳେ ଖାଆନ୍ତୁ। ଏହା ବହୁତ ଲାଭଦାୟକ।

ପେସ୍ତା:

ଅଧିକାଂଶ ଲୋକ ମସ୍ତିସ୍କକୁ ତୀକ୍ଷ୍ଣ ରଖିବାକୁ ସକାଳୁ ଉଠି ପେସ୍ତା ଖାଆନ୍ତି। ଏହା ମସ୍ତିସ୍କକୁ ସୁସ୍ଥ ରଖିଥାଏ। ମସ୍ତିସ୍କକୁ ସୁସ୍ଥ ରଖିବା ସହ ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରେ। ପେସ୍ତାରେ ଭରପୁର ମାତ୍ରାରେ ମ୍ୟାଗନେସିୟମ ଅଛି ଯାହା ରକ୍ତଚାପ ଓ କୋଲେଷ୍ଟ୍ରୋଲ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3qCRmtF
ରାତିରେ ବତୁରାଇ ସକାଳୁ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା Pallipuspa Samal ରାତିରେ ବତୁରାଇ ସକାଳୁ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା Pallipuspa Samal Reviewed by SUBHENDU BARAL on December 30, 2021 Rating: 5

No comments:

Powered by Blogger.