ଆଜି ଠାରୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ : କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି Kanak News

କନକ ବ୍ୟୁରୋ : କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି । ଆଜି ଠାରୁ ୩ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ ଏହି ୩ ଦିନ ଅର୍ଥାତ୍ ଡିସେମ୍ୱର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ ଦର୍ଶନ ବନ୍ଦ ରହିବ । ଭକ୍ତମାନଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଉପରେ କଟକଣା ରହିଛି । ଏହି ୩ ଦିନ କେବଳ ନୀତି ସହିତ ସଂପୃକ୍ତ ସେବାୟତ, ଜେଟିପି, ଅଧିକାରୀମାନେ ହିଁ ମନ୍ଦିର ଭିତରେ ପ୍ରବେଶ ଅଧିକାର ପାଇବେ ।
ଜାନୁଆରୀ ୩ ତାରିଖରୁ ପୁଣି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ମିଳିବ । ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଜାନୁଆରୀ ୩ ତାରିଖରୁ ଶ୍ରୀମନ୍ଦିରରେ ଭିଡ ବଢିବା ଆଶଙ୍କା ଥିବାରୁ, ବଡଦାଣ୍ଡରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ମରିଚକୋଟ ଛକରୁ ବାଉଁଶର ବାଡ ତିଆରି ହେଲାଣି । ଏକାଧିକ ବାରିକେଡ ଦେଇ ଭକ୍ତ ଶ୍ରୀମନ୍ଦିରକୁ ଆସି ଜାନୁଆରୀ ୩ ତାରିଖରୁ ଆଗପରି କାଳିଆ ଠାକୁରଙ୍କ ଦର୍ଶନ କରିପାରିବେ ।
The post ଆଜି ଠାରୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ : କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି first appeared on Kanak News.
from Kanak News https://ift.tt/32AAV96 https://ift.tt/34aE7Jb
No comments: