ଗଠନ ହେଲା ବିଜେପିର ୧୭ ଜଣିଆ ରାଜ୍ୟ କୋର କମିଟି : ସ୍ଥାନ ପାଇଲେନି ଅପରାଜିତା ଓ ସଙ୍ଗୀତା Kanak News

କନକ ବ୍ୟୁରୋ : ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ କୋର୍‌ କମିଟି ଘୋଷଣା ହୋଇଛି। ଏହି କମିଟିରେ ମୋଟ୍ ୧୭ଜଣ ସ୍ଥାନ ପାଇଥିବାବେଳେ ଏଥିରେ ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେ‌ଶ୍ବରୀ ଏବଂ ସହ ପ୍ରଭାରୀ ବିଜୟପାଲ୍‌ ସିଂହ ତୋମାର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ରାଜ୍ୟ କୋର୍‌ କମିଟିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସମ୍ପାଦିକା ସୁରମା ପାଢ଼ୀ ପ୍ରମୁଖ ସ୍ଥାନ ପାଇଛନ୍ତି ।

ହେଲେ ଏହି ତାଲିକାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ଥାନ ନପାଇବା ଚକିତ କରିଛି । ଅପରାଜିତା ଏବେ ସାରା ରାଜ୍ୟରେ ଶୋଭାଯାତ୍ରା, ସଭା କରୁଥିବାବେଳେ ତାଙ୍କୁ ରାଜ୍ୟ କୋର୍‌ କମିଟିରୁ ବାଦ୍‌ ଦେବା ପଛରେ କାହାର ଭୂମିକା ଅଛି ତାହାକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ବଲାଙ୍ଗୀରରୁ ୪ଥର ସାଂସଦ ହୋଇଥିବା ସଙ୍ଗୀତାଙ୍କୁ ବି କାହିଁକି ଏଥିରୁ ବାଦ୍‌ ଦିଆଗଲା ତାହା ସ୍ପଷ୍ଟ ହୋଇନି । ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ସଙ୍ଗୀତାଙ୍କ ସ୍ବାମୀ କନକବର୍ଦ୍ଧନ କୋର୍‌ କମିଟିରେ ଥିବାରୁ ଅନ୍ୟ ନେତାଙ୍କୁ ସାମିଲ୍‌ କରିବା ପାଇଁ ସଙ୍ଗୀତାଙ୍କୁ ବାଦ୍‌ ଦିଆଯାଇଛି। ହେଲେ ଅପରାଜିତାଙ୍କୁ କେଉଁ ସମୀକରଣରେ ବାଦ୍‌ ଦିଆଯାଇଛି ତାହା ସେ କହିନାହାନ୍ତି ।

The post ଗଠନ ହେଲା ବିଜେପିର ୧୭ ଜଣିଆ ରାଜ୍ୟ କୋର କମିଟି : ସ୍ଥାନ ପାଇଲେନି ଅପରାଜିତା ଓ ସଙ୍ଗୀତା first appeared on Kanak News.



from Kanak News https://ift.tt/3o1R0wC https://ift.tt/3FYq7Qb
ଗଠନ ହେଲା ବିଜେପିର ୧୭ ଜଣିଆ ରାଜ୍ୟ କୋର କମିଟି : ସ୍ଥାନ ପାଇଲେନି ଅପରାଜିତା ଓ ସଙ୍ଗୀତା Kanak News ଗଠନ ହେଲା ବିଜେପିର ୧୭ ଜଣିଆ ରାଜ୍ୟ କୋର କମିଟି : ସ୍ଥାନ ପାଇଲେନି ଅପରାଜିତା ଓ ସଙ୍ଗୀତା Kanak News Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.