ଏଥର ସରଗରମ ହେବ ବିଧାନସଭା ଶୀତ ଅଧିବେଶନ : ଡିସେମ୍ବର ୧ରୁ ଗାଡ଼ି ଚଳାଚଳ ଉପରେ ପୁଲିସର କଟକଣା, ଜାଣନ୍ତୁ କେଉଁବାଟେ କେମିତି ଯିବେ? Kanak News

କନକ ବ୍ୟୁରୋ : ଅନେକ ପ୍ରସଙ୍ଗକୁ ନେଇ ଏଥରକ ବିଧାନସଭା ଶୀତ ଅଧିବେଶନ ସରଗରମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସୁରକ୍ଷା ଦାୟିତ୍ବରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚା​ଳିତ ହେବ। ୬ ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଇନ୍ସପେକ୍ଟର୍‌, ୬୨ଜଣ ଏସ୍ଆଇ ଓ ଏଏସ୍ଆଇ ନିୟୋଜିତ ରହିବେ । ଏସ୍ଓଜିର ଦୁଇ ୟୁନିଟ୍ ସ୍ବତନ୍ତ୍ର ତାଲିମପ୍ରାପ୍ତ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ମୁତୟନ ରହିବେ ।

ସିସିଟିଭି କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ରବୀନ୍ଦ୍ର ମଣ୍ଡପ ଏବଂ ଗାନ୍ଧୀ ମାର୍ଗରେ ଦୁଇଟି କଣ୍ଟ୍ରୋଲ ରୁମ୍ ରହିବ । ଗାନ୍ଧୀମାର୍ଗରେ ଉଭୟ ଧାରଣାସ୍ଥଳ ଓ ବିଧାନସଭାର ଚାରିପାଖ ସିସିଟିଭି ଅନ୍ତର୍ଭୁକ୍ତ ରହିବ । ସେହିପରି ଟ୍ରାଫିକ୍‌ ପରିଚାଳନା ପାଇଁ ୧ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ । ଏହାବାଦ୍ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍‌-ଟପ୍ ସିକ୍ୟୁରିଟି, ସାର୍ପ ସୁଟର୍‌ମାନଙ୍କ ମଧ୍ୟ ମୁତୟନ କରାଯିବ । ଆଜି ୧୦ଟାରେ ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିବେ ।

ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ୨୮ ଅନୁସାରେ ଆସନ୍ତା ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତା ଗୁଡ଼ିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ‌ାରୀ କରାଯିବ । ହାଉସିଂ ବୋର୍ଡ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍‌ ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ସେହିପରି ଏଜି ଛକପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

ମାଷ୍ଟରକ୍ୟାଣ୍ଟିନ ପଟୁ ପିଏମ୍‌ଜି ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ଲୋୟର ପିଏମଜି ଛକରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ । କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ପାୱାର ହାଉସ୍‌ ଛକ ଆଡ଼କୁ ଯିବେ । ରାଜଭବନ ଛକ ପଟୁ ଏମଏଲ୍‌ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ । ଏହି କଟକଣା ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ।

The post ଏଥର ସରଗରମ ହେବ ବିଧାନସଭା ଶୀତ ଅଧିବେଶନ : ଡିସେମ୍ବର ୧ରୁ ଗାଡ଼ି ଚଳାଚଳ ଉପରେ ପୁଲିସର କଟକଣା, ଜାଣନ୍ତୁ କେଉଁବାଟେ କେମିତି ଯିବେ? first appeared on Kanak News.



from Kanak News https://ift.tt/3o4RMc2 https://ift.tt/3xzIFU9
ଏଥର ସରଗରମ ହେବ ବିଧାନସଭା ଶୀତ ଅଧିବେଶନ : ଡିସେମ୍ବର ୧ରୁ ଗାଡ଼ି ଚଳାଚଳ ଉପରେ ପୁଲିସର କଟକଣା, ଜାଣନ୍ତୁ କେଉଁବାଟେ କେମିତି ଯିବେ? Kanak News ଏଥର ସରଗରମ ହେବ ବିଧାନସଭା ଶୀତ ଅଧିବେଶନ : ଡିସେମ୍ବର ୧ରୁ ଗାଡ଼ି ଚଳାଚଳ ଉପରେ ପୁଲିସର କଟକଣା, ଜାଣନ୍ତୁ କେଉଁବାଟେ କେମିତି ଯିବେ? Kanak News Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.