ବିଶ୍ୱ ପାଇଁ ଅତି ବିପଜ୍ଜନକ ଓମିକ୍ରନ୍ । ସତର୍କ କରାଇଲା ‘ହୁ’ Kanak News

କରୋନା ଭୂତାଣୁର ବିପଜ୍ଜନପ ପ୍ରଜାତି ‘ଓମିକ୍ରନ’କୁ ରୋକିବା ପାଇଁ ସାରା ବିଶ୍ବ ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ ଏହା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଆଜି ସୁଦ୍ଧା ଏହା ୧୬ଟି ଦେଶକୁ ବ୍ୟାପିଲାଣି। ସେହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌, ଚେକ୍‌ ଗଣତନ୍ତ୍ର ଏବଂ ବ୍ରିଟେନ୍‌। ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି।

ଅନ୍ୟପକ୍ଷରେ କରୋନାର ଏହି ନୂଆ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଆଜି ବିଶ୍ବକୁ ସତର୍କ କରାଇଛି। ‘ଓମିକ୍ରନ୍‌’ ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହା ଖୁବ୍‌ କ୍ଷୀପ୍ର ଗତିରେ ବ୍ୟାପୁଛି। ଏହାଦ୍ବାରା ଅତି ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ହୁ କହିଛି। ଓମିକ୍ରନ୍‌ ଅନେକ ଥର ରୂପାନ୍ତରିତ ହେଉଥିବାରୁ ଏହା ସଂକ୍ରମଣ ବିପଦ ବଢ଼ାଇବ। ଓମିକ୍ରନ୍‌ ଯୋଗୁଁ ଯଦି ପୁଣି ଏକ ବଡ଼ କରୋନା ଲହର ଆସେ ତେବେ ପରିଣାମ ଅତି ଭୟଙ୍କର ହେବ ବୋଲି ‘ହୁ’ ଚେତାଇ ଦେଇଛି। ୧୯୪ଟି ସଦସ୍ୟ ରାଷ୍ଟ୍ରଙ୍କୁ ‘ଓମିକ୍ରନ୍‌’ ପାଇଁ ଅଧିକ ସତର୍କ ରହିବାକୁ ସଂଗଠନ କହିଛି।

The post ବିଶ୍ୱ ପାଇଁ ଅତି ବିପଜ୍ଜନକ ଓମିକ୍ରନ୍ । ସତର୍କ କରାଇଲା ‘ହୁ’ first appeared on Kanak News.



from Kanak News https://ift.tt/3E6oKyl https://ift.tt/3E5RVSc
ବିଶ୍ୱ ପାଇଁ ଅତି ବିପଜ୍ଜନକ ଓମିକ୍ରନ୍ । ସତର୍କ କରାଇଲା ‘ହୁ’ Kanak News ବିଶ୍ୱ ପାଇଁ ଅତି ବିପଜ୍ଜନକ ଓମିକ୍ରନ୍ । ସତର୍କ କରାଇଲା ‘ହୁ’ Kanak News Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.