ଦକ୍ଷିଣ ଆଣ୍ଡାମାନସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି Kanak News

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ପରବର୍ତ୍ତୀ ୪୮ଘଣ୍ଟ‌ାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହି ଅବପାତ ପ୍ରଭାବରେ ରାଜ୍ୟରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ୩ ତାରିଖ ଦିନ ଗଜପତି, ଗଞ୍ଜାମ ଓ ପୁରୀ‌ରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅବପାତ ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ୩ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ସର୍ବାଧିକ ରହିବ । ଏହି ଦିନ ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ମାଲାକାନଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ଲଘୁଚାପ ବର୍ଷାକୁ ନେଇ ଏସ୍‌ଆର୍‌ସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କୁ ବିଲରୁ ଧାନ କାଟି ଆଣିବାକୁ ପରାର୍ମଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେହିପରି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଓ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି ।

ଡିସେମ୍ବର ୨ ରୁ ୫ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାରେ ଲଗାଣ ବର୍ଷାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଧାନ, ଅଣଧାନ ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି । ପ୍ରମୁଖ ପରାମର୍ଶବଳୀ ମଧ୍ୟରେ, ବର୍ଷା ପୂର୍ବରୁ ଧାନକେଣ୍ଡା ୮୫ ପ୍ରତିଶତ ପାଚି ଯାଇଥିବାରୁ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବା, ଧାନ ଅମଳ ସମ୍ଭବ ନଥିଲେ ପଲିଥିନରେ ଘୋଡ଼ାଇବା, ବଳକା ପାଣି ନିଷ୍କାସନ ପାଇଁ ନାଳି ବ୍ୟବସ୍ଥା, ରବି ଫସଲ ଲଗାଇବା କିମ୍ବା ବୁଣିବାକୁ ସାମୟିକ ସ୍ଥଗିତ କରିବା, କୀଟନାଶକ ସିଞ୍ଚନ, ଜଳସେଚନ ସାମୟିକ ବନ୍ଦ କରିବା ଆଦି ସମେତ ଅନେକ ପରାମର୍ଶ ଦିଆଯାଇଛି ।

The post ଦକ୍ଷିଣ ଆଣ୍ଡାମାନସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି first appeared on Kanak News.



from Kanak News https://ift.tt/3I2uvQb https://ift.tt/2ExibuN
ଦକ୍ଷିଣ ଆଣ୍ଡାମାନସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି Kanak News ଦକ୍ଷିଣ ଆଣ୍ଡାମାନସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି Kanak News Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.