ଯାଜପୁର ୨୯/୧୧: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ ଦେଲେ ଗାଁର କିଛି ଅସାମାଜିକ ଯୁବକ l ଏପରିକି ତାଙ୍କ ପୁଅଙ୍କୁ ମଧ୍ୟ ମାରି ଲହୁଲୁହାଁ କଲେ ।
ଅଭିଯୋଗ ଅନୁସାରେ, ରବିବାର ନନ୍ଦ ସାର ଭୁବନେଶ୍ୱରରୁ ଫେରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ପୁଅ ଗଣେଶ୍ୱର ପୃଷ୍ଟି ଔଷଧ ଆଣିବାକୁ ପାଖରେ ଥିବା ଦୋକାନକୁ ଯାଇଥିଲେ । ଔଷଧ ଆଣି ଫେରିବା ବେଳେ ତାଙ୍କୁ ସେହି ଗାଁର ଲକ୍ଷ୍ମଣ ମଲ୍ଲିକ ଓ ସନ୍ତ ନାମକ ଯୁବକ ଗାଁ ମୁଣ୍ଡରେ ଅଚାନକ ଆକ୍ରମଣ କରିଥିଲେ l
ସେମାନେ ତାଙ୍କୁ ବାଉଁଶ ଠେଙ୍ଗାରେ ମାଡ଼ ମାରିଥିଲେ । ଏହାପରେ ବାପା ଅର୍ଥାତ ନନ୍ଦ ସାରଙ୍କ ପାଳି ବୋଲି ଧମକ ଦେଇଥିଲେ l ଦୁର୍ବୁତ୍ତଙ୍କ ଆକ୍ରମଣରେ ଗଣେଶ୍ୱର ଆହତ ହୋଇଛନ୍ତି l ଏନେଇ ସୁକିନ୍ଦା ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
from Prameya News7 https://ift.tt/3xywnv3
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ ପୁଅଙ୍କୁ ଠେଙ୍ଗାରେ ପିଟି ଲହୁ ଲୁହାଣ କଲେ ଦୁର୍ବୃତ୍ତ
Reviewed by SUBHENDU BARAL
on
November 28, 2021
Rating:

No comments: