୧୫ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ପାଗଳ କୁକୁର, ସମସ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ଦେବଗଡ, ୨୭/୧୦: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ବୁଧବାର ସନ୍ଧ୍ୟାରେ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଦିଆମ, ପେଣ୍ଡରାଖୋଳ, ବଡ ଡଙ୍ଗାଘାଟ ଗ୍ରାମରେ ପନ୍ଦରରୁ ଅଧିକ ମହିଳା ଓ ପୁରୁଷଙ୍କୁ ପାଗଳ କୁକୁର କାମୁଡିଥିବା ବେଳେ ପନ୍ଦର ଜଣ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି ।

କୁକୁରଟି ନଦିଆମ ଅଞ୍ଚଳରୁ ପେଣ୍ଡରାଖୋଳ ଦେଇ ବଡ ଡଙ୍ଗାଘାଟ ଗ୍ରାମକୁ ପହଞ୍ଚିଥିବା ଜଣାପଡିଛି । ବୁଧବାର ଅପରାହ୍ନରୁ ସନ୍ଧ୍ୟା ସମୟ ମଧ୍ୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡିରେ କୁକୁର କାମୁଡା ରୋଗୀଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପାଗଳ କୁକୁରଟି ସମସ୍ତଙ୍କୁ ଭୟଙ୍କର ଭାବେ କାମୁଡିଛି। 



from Prameya News7 https://ift.tt/3jI8rzT
୧୫ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ପାଗଳ କୁକୁର, ସମସ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ୧୫ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ପାଗଳ କୁକୁର, ସମସ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି Reviewed by SUBHENDU BARAL on October 27, 2021 Rating: 5

No comments:

Powered by Blogger.