ଭାରତ ବିରୋଧରେ ଅଡିଓ ବାର୍ତ୍ତା ଦେଇ ଫସିଲେ ଯୁବକ, ମହମ୍ମଦ ଅରମାନଙ୍କୁ ବାନ୍ଧିଲା ଜଗତପୁର ପୋଲିସ

ସାଲେପୁର ୨୭/୧୦: ଦେଶ ବିରୋଧୀ ଓ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିବା ଅଭିଯୋଗରେ ଜଗତପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ସାଲେପୁର ବ୍ଲକ ପଶ୍ଚିମକଚ୍ଛ ପଞ୍ଚାୟତ ସାତବାଟିଆ ଗ୍ରାମର ମହମ୍ମଦ ଅରମାନ । ଏଥି ସହ ପୋଲିସ ତା ନିକଟରୁ ଏକ ମୋବାଇଲ୍ ଜବତ କରିଛି । ପୋଲିସର ସୂଚନା ମୁତାବକ ୨୪ ତାରିଖରେ ଅନୁଷ୍ଠିତ ଟି ୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ଏହାକୁ ନେଇ ଅରମାନ ପାକିସ୍ତାନ ସପକ୍ଷରେ ଓ ଭାରତ ବିରୋଧରେ ଅପମାନଜନକ ଏକ ଅଡିଓ ବାର୍ତ୍ତା ନିଜର ମୋବାଇଲରୁ ସୋସିଆଲ ମିଡ଼ିଆ ହାଟ୍ସଆପ୍‌ ଗ୍ରୁପରେ ପୋଷ୍ଟ କରିଥିଲା ।

ଯେଉଁଥିରେ ଦେଶ ବିରୋଧୀ ମନ୍ତବ୍ୟ ସହ ସେ ପାକିସ୍ତାନକୁ ଭଲ ପାଏ ବୋଲି କହିଥିଲା । ଏହି ଅଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସଂପର୍କରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର କୌଣସି ସୂତ୍ରରୁ ଖବର ପାଇ ଏହାର ସତ୍ୟତା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସାତବାଟିଆ ଗ୍ରାମରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିିତି ଓ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ନେବା ପରେ ଘଟଣାର ସତ୍ୟତା ଥିବା ସେ ଜାଣିବାକୁ ପାଇଥିଲେ।

ଏହି ଘଟଣାରେ ଜଗତପୁର ପୋଲିସ ଏକ ମାମଲା ରୁଜୁ କରି ସିଆରପିସି ୧୬୧ରେ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ଜଗତପୁର ଥାନାରେ କେସ ନମ୍ବର ୪୫୩/୨୧ ରେ ଆଇପିସି ଧାରା ୧୫୩(ଖ), ୨୯୪, ୫୦୪, ୫୦୫(୨), ୫୦୬, ଆରଟିଆଇ ଆରଡବ୍ଲୁ ୬୭ରେ ମାମଲା କରିବା ସହ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ଜଗତପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।



from Prameya News7 https://ift.tt/2ZstTRS
ଭାରତ ବିରୋଧରେ ଅଡିଓ ବାର୍ତ୍ତା ଦେଇ ଫସିଲେ ଯୁବକ, ମହମ୍ମଦ ଅରମାନଙ୍କୁ ବାନ୍ଧିଲା ଜଗତପୁର ପୋଲିସ ଭାରତ ବିରୋଧରେ ଅଡିଓ ବାର୍ତ୍ତା ଦେଇ ଫସିଲେ ଯୁବକ, ମହମ୍ମଦ ଅରମାନଙ୍କୁ ବାନ୍ଧିଲା ଜଗତପୁର ପୋଲିସ Reviewed by SUBHENDU BARAL on October 27, 2021 Rating: 5

No comments:

Powered by Blogger.