ବାତ୍ୟାକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନ୍ ବାତିଲ୍ । ୫ଟି ଟ୍ରେନର ବଦଳିଲା ଗତିପଥ Kanak News

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୬ ଓ ୨୭ ତାରିଖ ପାଇଁ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୨୮ଟି ଟ୍ରେନ୍ ବାତିଲ କରାଯାଇଛି । ୨୬ ତାରିଖ ପାଇଁ ଭୁବନେଶ୍ୱର-ବେଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ୍, ଭୁବନେଶ୍ୱର-ଯଶବନ୍ତପୁର, ଭୁବନେଶ୍ୱର ବିଶାଖପାଟଣା, ବିଶାଖପାଟଣା ଭୁବନେଶ୍ୱର, ଭୁବନେଶ୍ୱର ଶିକନ୍ଦରାବାଦ ବିଶାଖା ଟ୍ରେନ୍, ଭୁବନେଶ୍ୱର-ତିରୁପତି ବାତିଲ କରାଯାଇଛି । ସେହିପରି ପୁରୀ-ଗୁଣୁପୁର, ପୁରୀ –ଚେନ୍ନାଇ ସେଂଟ୍ରାଲ, ଗୁଣୁପୁର-ବିଶାଖପାଟଣା, ବିଶାଖପାଟଣା-ଗୁଣୁପୁର ଟ୍ରେନ୍ ବାତିଲ କରାଯାଇଛି ।

ସେହିପରି ଭୁବନେଶ୍ୱର-ପଲାସା, ବିଶାଖପାଟଣା-ଟାଟା, ବିଶାଖପାଟଣା-କୋର୍ବା, କୋର୍ବା-ବିଶାଖପାଟଣା, ସମ୍ବଲପୁର ନାନ୍ଦେଡ଼୍, ରାୟପୁର ବିଶାଖପାଟଣା, ବିଶାଖପାଟଣା ରାୟଗଡ଼ା, ରାୟଗଡ଼ା-ଗୁଂଟୁର ବାତିଲ କରାଯାଇଛି । ସେହିପରି ୨୭ ତାରିଖ ପାଇଁ ତିରୁପତି-ଭୁବନେଶ୍ୱର, ଗୁଣୁପୁର-ପୁରୀ, ଚେନ୍ନାଇ-ପୁରୀ, ପଲାସା-ଭୁବନେଶ୍ୱର, ଟାଟା-ବିଶାଖାପାଟଣା, ନାନ୍ଦେଡ଼ –ସମ୍ବଲପୁର ଓ ରାୟଗଡ଼ା-ବିଶାଖପାଟଣା ଟ୍ରେନ୍ ବାତିଲ କରାଯାଇଛି । ଏନେଇ ସୁଚନା ଦେଇଛନ୍ତି ପୂର୍ବତଟ ରେଳପଥ । ଅନ୍ୟପଟେ ୨୬ ତାରିଖ ପାଇଁ ପୁରୀ-ଓଖା ସ୍ୱତନ୍ତ୍ର ଟ୍ରେନ୍ ଗତିପଥ ପରିବର୍ତନ କରାଯାଇଛି । ଏହା ଅନୁଗୁଳ-ସମ୍ବଲପୁର-ଟିଟଲାଗଡ-ଲାଗୋଲି-ବଲ୍ଲାହର୍ସ ଦେଇ ଚଳାଚଳ କରିବ । ଏହା ବ୍ୟତିତ ୫ଟି ଟେନର ସମୟ ସାରଣୀରେ ପରିବର୍ତନ କରାଯାଇଛି ।

The post ବାତ୍ୟାକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନ୍ ବାତିଲ୍ । ୫ଟି ଟ୍ରେନର ବଦଳିଲା ଗତିପଥ first appeared on Kanak News.



from Kanak News https://ift.tt/3ukO3c8 https://ift.tt/3ESrxvP
ବାତ୍ୟାକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନ୍ ବାତିଲ୍ । ୫ଟି ଟ୍ରେନର ବଦଳିଲା ଗତିପଥ Kanak News ବାତ୍ୟାକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନ୍ ବାତିଲ୍ । ୫ଟି ଟ୍ରେନର ବଦଳିଲା ଗତିପଥ Kanak News Reviewed by SUBHENDU BARAL on September 25, 2021 Rating: 5

No comments:

Powered by Blogger.