ଦିନକ ପରେ ପିପିଲି ଭୋଟ୍, ଆଜି ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ ପୋଲିଂ ପାର୍ଟି

ପୁରୀ ୨୮।୦୯: ପିପିଲି ଉପ-ନିର୍ବାଚନ ପାଇଁ ଆଜି ବୁଥ୍ ଅଭିମୁଖେ ଯିବେ ପୋଲିଂ ପାର୍ଟି । ୩ ପର୍ଯ୍ୟାୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ। ଏଥିପାଇଁ ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଇ.ଭି.ଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେବା ଲାଗି ସିଙ୍ଗଲ ୱିଣ୍ତୋ ବ୍ୟବସ୍ଥା କରାଯାଇଛି।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୧୭୫ଟି ବୁଥରେ ୱେବ୍ କାଷ୍ଟିଂ, ୨୩ଟି ରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପନ କରାଯିବା ସହ , ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥାର ଶେଷ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି।

ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ । ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ୧ ହଜାର ୯୮୩ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଶାନ୍ତି ଶୃୃଂଖଳା ରକ୍ଷା କରିବା ପାଇଁ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଓ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।



from Prameya News7 https://ift.tt/3zLMzc2
ଦିନକ ପରେ ପିପିଲି ଭୋଟ୍, ଆଜି ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ ପୋଲିଂ ପାର୍ଟି ଦିନକ ପରେ ପିପିଲି ଭୋଟ୍, ଆଜି ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ ପୋଲିଂ ପାର୍ଟି Reviewed by SUBHENDU BARAL on September 27, 2021 Rating: 5

No comments:

Powered by Blogger.