ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ

ମାଲକାନଗିରି, ୨୮|୦୯:   ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ସି.ଆର.ପି.ଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ । ପାମେଡ୍ ଥାନା ଧର୍ମଗଡ଼ ସି.ଆର.ପି.ଏଫ. କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଛନ୍ତି ।

ସୂଚନାନୁସାରେ, ସିଆରପିଏଫ ଯବାନମାନେ ନକ୍ସଲ ବିରୋଧି ଅପରେସନରେ ସାମିଲ ହେଉଛନ୍ତି । ସେମାନେ ଛତିଶଗଡ ସୀମାନ୍ତ ଧର୍ମଗଡରେ କ୍ୟାମ୍ପ କରି ରହିଥିଲେ । ତେବେ କ୍ୟାମ୍ପ ଉପରେ ଲାଲ୍ ବାହିନୀ ଅତର୍କିତ ଆକ୍ରମଣ କରିଥିଲା । ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।୨ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା  ।

ଏହି କ୍ୟାମ୍ପ ସ୍ଥାପନ ହେବା ପର ଠାରୁ ସ୍ଥାନୀୟ ଆଦିବାସୀ ଓ ଯବାନ ବାରମ୍ବାର ମୁହାଁମୁହିଁ ହୋଇିଛନ୍ତି । ତେବେ ଆକ୍ରମଣ ସମ୍ପର୍କରେ ବିଜାପୁର ଏ.ଏସ.ପି ପଙ୍କଜ ଶୂକ୍ଲା ସୂତନା ଦେଇଥିଲେ ।



from Prameya News7 https://ift.tt/3lXQz40
ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ Reviewed by SUBHENDU BARAL on September 27, 2021 Rating: 5

No comments:

Powered by Blogger.