କନକ ବ୍ୟୁରୋ : ଆଫଗାନ ଛାଡିଲା ଆମେରିକା । ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡିଲା ଆମେରିକାର ଶେଷ ବିମାନ । ସି-୧୭ ବିମାନ ରାତି ପାଖାପାଖି ୩ଟା ୨୯ରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଥିଲା । ଏହି ଉଡାଣ ସହ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା । ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରି ନେଇଛି । ଶେଷ ସୈନ୍ୟ ଭାବେ ମେଜର ଜେନେରାଲ ଖ୍ରୀସ୍ ଜୋନାହ୍ୱେ ବିମାନରେ ବସିଥିଲେ ।
ସୈନ୍ୟ ପ୍ରତ୍ୟାହାର ପରେ କାବୁଲ ଏୟାରପୋର୍ଟରେ ତାଲିବାନୀମାନେ କାବୁଲ ଏୟାରପୋର୍ଟରେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ । ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇଥିବାରୁ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ବାଇଡେନ୍ । ଏହା ସହ ରାଷ୍ଟ୍ରପତି କହିଛନ୍ତି ଆହୁରି କିଛି ଆମେରିକୀୟ ଆଫଗାନିସ୍ତାନରେ ରହି ଯାଇଛନ୍ତି । ଆଫଗାନିସ୍ତାନରୁ ଏୟାର ଲିଫ୍ଟ ନେଇ ସରୁଥିଲା ଡେଡଲାଇନ୍ । ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡଲାଇନ୍ ଦେଇଥିଲା ତାଲିବାନ ।
The post ଆଫଗାନ ଛାଡିଲା ଆମେରିକା : ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଲା ଶେଷ ବିମାନ first appeared on Kanak News.
from Kanak News https://ift.tt/3DzIsCG https://ift.tt/3DuI8VT
No comments: