କନକ ବ୍ୟୁରୋ : ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ । ଏଥର ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଅଧିବେଶନରେ ନୂଆ ନୂଆ ପ୍ରସଙ୍ଗ ଉଠିପାରେ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏଥିରେ ରଣନୀତି ପ୍ରସ୍ତୁତ କରିବ ଦଳ ।
ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ସେଟୀ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି । ସେହିପରି ସଂଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । କଂଗ୍ରେସ ଭବନରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ମରୁଡି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, କୋଟିଆ, ବିଜୁଳି ଦର, ନିଯୁକ୍ତିରେ ଅନିୟମିତତା, ଆଇନ ଶୃଙ୍ଖଳା, ଦୁର୍ନୀତି ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ଦଳ ।
ଅନ୍ୟପଟେ ଆଜି ସଂଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତାରେ କରିବେ । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କିପରି ଜବାବ ଦିଆଯିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ । ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ ଏହି ଅଧିବେଶନ ସରଗରମ ହେବାକୁ ଯାଉଛି । କାରଣ ମାଳ ମାଳ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ।
The post କାଲିଠୁ ବିଧାନସଭାରେ ଆରମ୍ଭ ହେବ ମୌସୁମୀ ଅଧିବେଶନ : ବିଭିନ୍ନ ପ୍ରସଙ୍ଗରେ ସରଗରମ ହୋଇପାରେ ଗୃହ first appeared on Kanak News.
from Kanak News https://ift.tt/3gOk4nn https://ift.tt/3gLBeSx
No comments: