କନକ ବ୍ୟୁରୋ : ଆଫଗାନିସ୍ତାନରୁ ଏୟାର ଲିଫ୍ଟ ନେଇ ଆଜି ସରୁଛି ଡେଡ ଲାଇନ । ଆଫଗାନିସ୍ତାନ ଛାଡୁ ଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାକୁ ତାଲିବାନ ଦେଇଥିବା ଡେଡଲାଇନ ଆଜି ସରୁଛି । ତେଣୁ ଆଗକୁ ଆମେରିକାର କି ପଦ କ୍ଷେପ ନେବ ତା ଉପରେ ବିଶ୍ୱ ସମୁଦାୟର ନଜର ରହିଛି ।
ଶେଷ ଦିନରେ ଉଦ୍ଧାର କାର୍ଯ୍ୟକୁ ଆମେରିକା ଜୋରଦାର କରିଛି । ଆମେରିକୀୟ ସେନା ସେମାନଙ୍କ ନିଜ ନିଜ ଜିନିଷ ଧରି ଏବେ ଘରକୁ ଫେରୁଛନ୍ତି । ହେଲେ, ପରସ୍ଥିତି ଜଟିଳ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ସେପଟେ କାବୁଲ ଏୟାରପୋର୍ଟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କାବୁଲ ବିମାନବନ୍ଦରକୁ କବଜା କରିବାକୁ ଜଗି ରହିଛନ୍ତି ତାଲିବାନୀ । କିନ୍ତୁ କାବୁଲ ଏୟାରପୋର୍ଟରେ ଆମେରିକୀୟ ସେନା ଥିବା ପର୍ଯ୍ୟନ୍ତ ତାଲିବାନୀମାନେ ଏହାକୁ ନିଜ ନିୟନ୍ତ୍ରଣକୁ ନେଇ ପାରୁ ନାହାଁନ୍ତି ।
ଗତକାଲି ସକାଳେ କାବୁଲ ଏୟାରପୋର୍ଟର ୩ଟି ପ୍ରବେଶ ପଥକୁ ତାଲିବାନୀ କବଜା କରିଥିଲେ କିନ୍ତୁ, ପରେ ଆମେରିକା ସେନା ପୁଣି ୩ଟି ଗେଟକୁ ନିଜ ଦଖଲକୁ ନେଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଅନ୍ୟପଟେ ଆଇଏସଆଇଏସ-ଖୁରାସନ ଆତଙ୍କୀ ଦୁଇ ଦିନ ତଳେ ଆମେରିକା ସେନା ଉପରେ ହମଲା କରିଥିବାରୁ, ସତର୍କ ଅଛନ୍ତି ଆମେରିକା ସୈନ୍ୟ । ଆଜି କାବୁଲରୁ ଏୟାରଲିଫ୍ଟଂର ଶେଷ ଦିନ ଥିବାରୁ ଆମେରିକା ସୈନ୍ୟ ବିଶେଷ ସତର୍କତା ଅବଲମ୍ବଲନ କରୁଛନ୍ତି ।
The post ଆଜି ସରୁଛି ଡେଡଲାଇନ୍ : ଏୟାରଲିଫ୍ଟ ଶେଷ କରିବା ପାଇଁ କହିଥିଲା ତାଲିବାନ first appeared on Kanak News.
from Kanak News https://ift.tt/3gM6C34 https://ift.tt/3BnCZx2
No comments: