କାବୁଲ, ୩୧|୦୮ : ଆଫଗାନିସ୍ତାନରେ ଆମେରିକାର ମିଶନ ଶେଷ । କାବୁଲ ଛାଡିଲେ ଆମେରିକାର ଶେଷ ଯବାନ ମେଜର ଜେନାରଲ କ୍ରିସ ଡୋନାହ୍ୟୁ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ୟୁଏସ୍ ପ୍ରତିରକ୍ଷା ବିଭାଗ । ଆତଙ୍କବାଦୀଙ୍କ ଦ୍ବାରା ତୁହାକୁ ତୁହା ରକେଟ୍ ଆକ୍ରମଣ ଏବଂ ଆମେରିକା ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ଭିତରେ ଆଜି କାବୁଲରୁ ଆମେରିକା ସେନା ଉଦ୍ଧାର ପ୍ରକ୍ରିୟା ଶେଷ କରିଛି।
ସମସ୍ତ କୂଟନୈତିକ କର୍ମଚାରୀ ଏବଂ ତାଲିକାଭୁକ୍ତ ନାଗରିକଙ୍କୁ ଆମେରିକା ଖାଲି କରାଇ ନେଇଥିବା ବେଳେ ଆଜି ଶେଷ ଉଡ଼ାଣ ଭରିଛି ଆମେରିକା । ଯେ କୌଣସି ମୁହୂର୍ତ୍ତରେ ଆତଙ୍କବାଦୀଙ୍କ ଆଡ଼ୁ ବଡ଼ ଆକ୍ରମଣ ଆଶଙ୍କା ବଳବତ୍ତର ରହିଥିବାରୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ହୋଇଛି। ବିମାନ ବନ୍ଦରରେ ୩ଟି ମୁଖ୍ୟ ପ୍ରବେଶ ପଥକୁ ଗତକାଲିଠାରୁ ନିଜ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଆଜି ସମଗ୍ର ବିମାନ ବନ୍ଦରକୁ କବ୍ ଜା କରିଛି। ଏଥିପାଇଁ ଆମେରିକା ସେନା ମଧ୍ୟ ତାଲିବାନକୁ ସମସ୍ତ ସହାୟତା କରିଛି।
ସାମରିକ ଜୋନ୍ ରୁ ଏଣିକି କୌଣସି ବିମାନ ତାଲିବାନର ବିନା ଅନୁମୋଦନରେ ଉଡ଼ାଣ କରିପାରିବ ନାହିଁ ବୋଲି ଘୋଷଣା କରାଯାଇଛି। ଉଡ଼ାଣ ଉପରେ ତାଲିବାନ କଟକଣା ଜାରି କରିବା ସହ ଏଣିକି ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ତାଲିବାନର କଡ଼ା ଯାଞ୍ଚ ବ୍ୟବସ୍ଥା ଭିତରେ ହିଁ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି। ଅଗଷ୍ଟ ୧୪ରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ୧ ଲକ୍ଷ ୧୭ ହଜାର ଲୋକଙ୍କୁ ଖାଲି କରାଇଛନ୍ତି। ଆଜି ଶେଷ ପର୍ଯ୍ୟାୟରେ ୧୨ ସହ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତର କରାଯାଇଥିବା ହ୍ବାଇଟ୍ ହାଉସ୍ ପ୍ରବକ୍ତା କହିଛନ୍ତି। ବ୍ରିନେଟ୍ , ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ଉଦ୍ଧାର ପ୍ରକ୍ରିୟା ଶେଷ କରିଛନ୍ତି।
from Prameya News7 https://ift.tt/3gIjfwc
No comments: