ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ପୂଜା ପାଇଥାଏ ରାକ୍ଷସୀ ପୁତନା, ଜାଣନ୍ତୁ କାରଣ…

ପଶ୍ଚିମବଙ୍ଗ ୩୧/୦୮ : ଜନ୍ମାଷ୍ଟମୀର ପବିତ୍ର ପର୍ବ ସାରା ଦେଶରେ ପାଳନ କରାଯାଏ । ଏହି ସମୟରେ ଭଗବାନ କୃଷ୍ଣଙ୍କର ବାଲ ରୂପ ପୂଜା କରାଯାଇଥାଏ। ସମଗ୍ର ଦେଶରେ କୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଗତ ୧୦୦ ବର୍ଷ ଧରି ରାଧା-କୃଷ୍ଣଙ୍କ ସହିତ ରାକ୍ଷସୀ ପୁତନାକୁ ମଧ୍ୟ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ...

PunjabKesari
PunjabKesari

ଏହି ପବିତ୍ର ମନ୍ଦିର ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ଚନ୍ଦନନଗର ସହରର ନେଚୁପଟ୍ଟି ଅଞ୍ଚଳର ରାଧା ଗୋବିନ୍ଦବାଡିରେ ସ୍ଥାପିତ । ଏହି ମନ୍ଦିରର ନାମ ରାଧା ଗୋବିନ୍ଦ ମନ୍ଦିର । ଏହାକୁ ରାକ୍ଷସୀ ବାଡି ମଧ୍ୟ କୁହାଯାଏ। ଏହି ମନ୍ଦିର ଚନ୍ଦନନଗରର ନେଚୁପଟ୍ଟୀ ଅଞ୍ଚଳରେ ରହୁଥିବା ଅଧିକାରୀଙ୍କ ଘରେ ସ୍ଥାପିତ ହୋଇଛି। ଗତ ଚାରି ପିଢି ଧରି ଏହି ପରିବାର ପାରମ୍ପାରିକ ଭାବରେ ରୀତିନୀତି କରିଆସୁଛନ୍ତି । ଏହି ମନ୍ଦିରରେ ରାଧା-କୃଷ୍ଣଙ୍କ ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳରାମ ଏବଂ ସୁଭଦ୍ରାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଏଥି ସହିତ ମନ୍ଦିରରେ ବାଲ କୃଷ୍ଣଙ୍କୁ କୋଳରେ ଧରିଥିବା ରାକ୍ଷସୀ ପୁତନାର ଏକ ପ୍ରତିମା ଅଛି।

PunjabKesari
PunjabKesari

ଏହି ପରିବାରର ବୃଦ୍ଧ ମହିଳା କୁହନ୍ତି, ସେ ତାଙ୍କ ଶାଶୁଙ୍କଠାରୁ ଶୁଣିଥିଲେ ଯେ ତାଙ୍କ ଶ୍ୱଶୁରଙ୍କ ସ୍ୱପ୍ନରେ ରାକ୍ଷସୀ ପୁତନା ଆସି ତାଙ୍କୁ ଏକ ମନ୍ଦିର ନିର୍ମାଣ କରି ପୂଜା କରିବାକୁ କହିଥିଲା । ତା’ପରେ ତାଙ୍କ ଶ୍ୱଶୁରଙ୍କ ବାପା ତାଙ୍କର ଏହି ଘରେ ରାଧା ଗୋବିନ୍ଦଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏହା ସହିତ ରାକ୍ଷସୀ ପୁତନାର ମୂର୍ତ୍ତି ମଧ୍ୟ ସ୍ଥାପନ କରିଥିଲେ । ସେହି ଦିନଠାରୁ ତାଙ୍କ ପରିବାର ପ୍ରତିଦିନ ତିନି ପ୍ରହର ଦେବତାମାନଙ୍କ ସହିତ ରାକ୍ଷସୀ ପୁତନାକୁ ମଧ୍ୟ ପୂଜା କରି ଆସୁଛନ୍ତି। ଜନମାଷ୍ଟମୀ ଦିନ ଏଠାରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ । ଦୂର ଦୂରାନ୍ତରୁ ଲୋକମାନେ ମନ୍ଦିର ପରିଦର୍ଶନ କରିବାକୁ ଆସିଥାନ୍ତି ।



from Prameya News7 https://ift.tt/3yuT9mv
ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ପୂଜା ପାଇଥାଏ ରାକ୍ଷସୀ ପୁତନା, ଜାଣନ୍ତୁ କାରଣ… ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ପୂଜା ପାଇଥାଏ ରାକ୍ଷସୀ ପୁତନା, ଜାଣନ୍ତୁ କାରଣ… Reviewed by SUBHENDU BARAL on August 30, 2021 Rating: 5

No comments:

Powered by Blogger.