ଜନ୍ମାଷ୍ଟମୀରେ ଭାଙ୍ଗି ପକାଇଲେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି, ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଇସ୍ଲାମାବାଦ ୩୧/୦୮: ପୁଣି ପାକିସ୍ତାନରେ ଭାଙ୍ଗିଲା ହିନ୍ଦୁ ମନ୍ଦିର। ପବିତ୍ର ଜନ୍ମାଷ୍ଟମୀରେ ଶୀକୃଷ୍ଣଙ୍କ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଲୋକମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ବେଳେ ଏକ ବିଶୃଙ୍ଖଳିତ ଗୋଷ୍ଠୀ ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ଏହା ସହ ସେମାନେ ମନ୍ଦିରରେ ପୂଜା ପାଉଥିବା ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଭାଙ୍ଗି ପକାଇଥିଲେ। ସିନ୍ଧ ପ୍ରାନ୍ତର ସଂଘାର ଜିଲ୍ଲାରେ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି।

ତେବେ ଏନେଇ ପାକିସ୍ତାନ ସଂସଦର ସଦସ୍ୟ ଲାଲ ମଲ୍ହୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହା ସହ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ରାହତ ଅଷ୍ଟିନ୍‌ ମଧ୍ୟ ଟ୍ବିଟ୍‌ କରି ଲେଖିଛନ୍ତି, ‘ଯେତେବେଳେ ଲୋକମାନେ କୃଷ୍ଣ ଜନ୍ମଷ୍ଟମୀ ପାଳନ କରୁଥିଲେ ସେତେବେଳେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିଲା। ପାକିସ୍ତାନରେ ଭିଡ଼ ହିଂସା ପାଇଁ ମୃତ୍ୟୁ ଦଣ୍ଡ ମିଳୁଥିବା ବେଳେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ବାରମ୍ବାର ଭଙ୍ଗାରୁଜା ହେଉଛି। ଏହା ପଛର ଅପରାଧୀଙ୍କୁ ଦଣ୍ଡ ମିଳୁନାହିଁ।’

ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହେଉଛି। ଯେଉଁଥିରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଏଣେତେଣେ ପଡ଼ିଛି। ଏହା ପୂର୍ବରୁ ଚଳିତ ମାସ ଆରମ୍ଭରୁ ରହିମପୁର ଖାନ ଜିଲ୍ଲା ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ୪ ଅଗଷ୍ଟରେ ଏକ ଗୋଷ୍ଠୀ ଗଣେଶ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ।



from Prameya News7 https://ift.tt/3zvWvHl
ଜନ୍ମାଷ୍ଟମୀରେ ଭାଙ୍ଗି ପକାଇଲେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି, ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜନ୍ମାଷ୍ଟମୀରେ ଭାଙ୍ଗି ପକାଇଲେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି, ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ Reviewed by SUBHENDU BARAL on August 30, 2021 Rating: 5

No comments:

Powered by Blogger.