କଳାହାଣ୍ଡି, ୩୧ ।୦୮ : ରାସ୍ତାରେ ଔଷଧ ଫିଙ୍ଗା ଘଟଣାକୁ ନେଇ ଆରମ୍ଭ ହୋଇଛି ତନାଘନା। ଘଟଣା ସାମ୍ନାକୁ ଆସିବା ପରେ କଳାହାଣ୍ଡି ମୂଖ୍ୟ ଚିକିତ୍ସା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, ଲାଞ୍ଜିଗଡ଼ ବ୍ଳକ ଖକ୍ସି ଗାଁ ନିକଟ ମୁଖ୍ୟ ରାସ୍ତା କଡ଼ରେ ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ ଗୁଡ଼ିକ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଫିଙ୍ଗା ଯାଇଥିବା ଔଷଧ ବିଶେଷ କରି ଗର୍ଭବତୀ ମହିଳା ଓ ଶିଶୁ ଙ୍କ ପାଇଁ ଉଦ୍ଦିଷ୍ଟ। ସେଥିମଧ୍ୟରୁ ଅନେକ ଔଷଧର ଏକ୍ସପାରୀ ସମୟ ଯାଇନଥିଲା। ଏବାବଦରେ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ଗମ ଲାଞ୍ଜିଗଡ଼ ବ୍ଳକ ଅଂଚଳର ଶିଶୁ ଗର୍ଭବତୀ ଓ ଅନ୍ୟାନ୍ୟ ରାଗୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସ୍ବାସ୍ଥ୍ୟର ବିକାଶ ପାଇଁ ମାଳମାଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । ତେବେ ରାସ୍ତା କଡ଼ରେ ଔଷଧ ଫିଙ୍ଗା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
from Prameya News7 https://ift.tt/3gM6SPA
No comments: