ଟାଙ୍ଗି ୩୧।୦୮: ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଅଶୋକ ନାୟକ ବୋଲି ଜଣାପଡିଛି । ହତ୍ୟା ପରେ କୂଅରେ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଞ୍ଚଳରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ନିମୁନା ଗାଁର ରାଜ କିଶୋର ନାୟକଙ୍କ ୩୪ ବର୍ଷୀୟ ପୁତ୍ର ଅଶୋକ ନାୟକଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ସେପଟେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି । ଏନେଇ ପୋଲିସ ଛାନ୍ଭିନ୍ ଜାରି ରଖିଛି ।
from Prameya News7 https://ift.tt/2WI6hYt
ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
Reviewed by SUBHENDU BARAL
on
August 30, 2021
Rating:
No comments: