ମାଲକାନଗିରି ୩୧।୦୮: ମାଲକାନଗିରି ଜିଲ୍ଲା ପୋଲିସ ହାତରେ ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ । ଜବତ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ କହିଛନ୍ତି । ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା ଏହି ସବୁ ଗଞ୍ଜେଇ ।
ବିଶେଷ ସୁତ୍ରରୁ ଖବର ପାଇଁ ଖଇରପୁଟ ଥାନା ପୋଲିସ ଗୋବିନ୍ଦପାଲି ରାସ୍ତାରେ ଚଢାଇ କରିଥିଲା । ଚଢାଉ ବେଳେ ପୋଲିସ ହାତରେ ଧରା ପଡିଥିଲା ଗୋଟିଏ କାର ଓ ଗୋଟିଏ ପିକ୍ ଏପ୍ ଭ୍ୟାନ । ଗଞ୍ଜେଇ ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ୫ ଜଣଙ୍କ ମଧ୍ୟରେ ବୈପାରିଗୁଡାର ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ରହିଥିବା ଜଣା ପଡିଛି ।
from Prameya News7 https://ift.tt/3t1DOsD
ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଓ୍ୱେବ ମିଡିଆ ସାମ୍ବାଦିକ ସହ ୫ ଗିରଫ
Reviewed by SUBHENDU BARAL
on
August 30, 2021
Rating:
No comments: