ଆଜି ରାଜ୍ୟରେ ସବୁଠାରୁ କମ୍ ଟିକାକେନ୍ଦ୍ରରେ ଦିଆଯିବ ଟିକା । ଚାଲୁ ରହିବ ମାତ୍ର ୧୨ ସେସନ ସାଇଟ୍ Kanak News

କନକ ବ୍ୟୁରୋ : ଆଜି ରାଜ୍ୟରେ ସବୁଠାରୁ କମ୍ ଟିକାକେନ୍ଦ୍ରରେ ଦିଆଯିବ ଟିକା । ସାରା ରାଜ୍ୟରେ ମାତ୍ର ୧୨ଟି ସେସନ ସାଇଟରେ କରାଯିବ ଟିକାକରଣ । ଗଞ୍ଜାମରେ ୪ଟି, ନବରଙ୍ଗପୁରରେ ୪ଟି, ପୁରୀରେ ୩ ଓ ସୁନ୍ଦରଗଡରେ ଗୋଟିଏ କେନ୍ଦ୍ର ଚାଲିବ । ଟିକାକରଣ ଆରମ୍ଭ ହେବା ଦିନଠାରୁ କୌଣସି ଦିନରେ ଏହା ସର୍ବନିମ୍ନ ।
ଓଡିଶାରେ ଏବେ ମାତ୍ର ୪୧ ହଜାର ୨୯୦କୋଭିସିଲ୍ଡ ଟିକା ରହିଛି । ସେହିପରି ୩ଲକ୍ଷ ୫୪ ହଜାର ୧୩୦ କୋଭାକ୍ସିନ ଟିକା ରହିଛି । ଟିକା ଅଭାବ ଯୋଗୁଁ ଗତକାଲି ସାରା ରାଜ୍ୟର ୩୨୨ ଟି କେନ୍ଦ୍ରରେ ୬୦ ହଜାର ୫୭ ଲୋକଙ୍କୁ ଟିକାକରଣ କରାଯାଇଥିଲା । ଟିକା ଯୋଗାଇ ଦେବାକୁ କିଛି ଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । କିନ୍ତୁ ଟିକା ପହଁଚି ନଥିବାରୁ ଟିକାକରଣ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି ।
ଟିକାର ଅଭାବ କାରଣରୁ ରାଜ୍ୟରେ ଟିକାକରଣ ଆଗେଇ ପାରୁନି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତକାଲି ଭୁବନେଶ୍ୱରର ଏକ ଟିକା କେନ୍ଦ୍ରରେ ଟିକାକରଣକୁ ନେଇ ଅସନ୍ତୋସ ଦେଖିବାକୁ ମିଳିଥିଲା । ଟିକାଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଧାରଣାରେ ବସିଥିଲେ ଲୋକେ



from Kanak News https://ift.tt/2T2xm6V https://ift.tt/3hu7D0I
ଆଜି ରାଜ୍ୟରେ ସବୁଠାରୁ କମ୍ ଟିକାକେନ୍ଦ୍ରରେ ଦିଆଯିବ ଟିକା । ଚାଲୁ ରହିବ ମାତ୍ର ୧୨ ସେସନ ସାଇଟ୍ Kanak News ଆଜି ରାଜ୍ୟରେ ସବୁଠାରୁ କମ୍ ଟିକାକେନ୍ଦ୍ରରେ ଦିଆଯିବ ଟିକା । ଚାଲୁ ରହିବ ମାତ୍ର ୧୨ ସେସନ ସାଇଟ୍ Kanak News Reviewed by SUBHENDU BARAL on July 10, 2021 Rating: 5

No comments:

Powered by Blogger.