ଜେଇଇ ମେନ୍ ପରୀକ୍ଷା : ଜୁଲାଇରୁ ଅଗଷ୍ଟ ଭିତରେ ପରୀକ୍ଷା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା; ୬ଲକ୍ଷ ୮୦ ହଜାର ଆଶାୟୀ କରିଛନ୍ତି ପଞ୍ଜିକରଣ Kanak News

କନକ ବ୍ୟୁରୋ : ଜେଇଇ ମେନ୍ ୨୦୨୧ ପାଇଁ ପରୀକ୍ଷା ତାରିଖ ଘୋଷଣା । ଜୁଲାଇରୁ ଅଗଷ୍ଟ ଭିତରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତିି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ସେ କହିଛନ୍ତିି, ଜେଇଇ ମେନ୍ ତୃତୀୟ ସେସନ ଜୁଲାଇ ୨୦ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏବଂ ଚତୁର୍ଥ ସେସନ ଯାହା ପୂର୍ବରୁ ମେ ମାସରେ ଅନୁଷ୍ଠିତ ହେବାର ଥିଲା ତାହା ଜୁଲାଇ ୨୭ରୁ ଅଗଷ୍ଟ ୨ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଜେଇଇ ମେନ୍ ପ୍ରଥମ ଥର ପାଇଁ ବର୍ଷକୁ ଚାରିଥର ପରିଚାଳିତ ହେଉଛି । କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ୨୦୨୧ରେ ଏପ୍ରିଲ ଏବଂ ମେରେ ହେବାକୁ ଥିବା ଜେଇଇ ମେନର ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଯାହାକୁ ଚଳିତ ମାସରେ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର । ୬ଲକ୍ଷ ୮୦ ହଜାର ଆଶାୟୀ ପଞ୍ଜିକରଣ କରିଛନ୍ତି । ଇଞ୍ଜିନିୟରିଂ ଓ ମେଡିକାଲ ଆଡମିସନ ପାଇଁ ଜେଇଇ ମାର୍କ ଗୁରୁତ୍ୱପୂର୍ଣ୍ଣ ।

ନିଟ-ୟୁଜି ୨୦୨୧ ପରୀକ୍ଷା ଅଗଷ୍ଟ ୧ ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ ସମୀକ୍ଷା ପରେ ତାହା ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଦାବି କରିଆସୁଥିଲେ ଏବଂ ଅନେକ ଭାରତରେ ଦୁଇଟି ପ୍ରମୁଖ ପ୍ରବେଶିକା ପରୀକ୍ଷା ବାତିଲ କରିବାକୁ ଦାବି କରିଆସୁଥିଲେ । ତେବେ ଏନେଇ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।



from Kanak News https://ift.tt/3jQbI0Q https://ift.tt/3dPApXm
ଜେଇଇ ମେନ୍ ପରୀକ୍ଷା : ଜୁଲାଇରୁ ଅଗଷ୍ଟ ଭିତରେ ପରୀକ୍ଷା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା; ୬ଲକ୍ଷ ୮୦ ହଜାର ଆଶାୟୀ କରିଛନ୍ତି ପଞ୍ଜିକରଣ Kanak News ଜେଇଇ ମେନ୍ ପରୀକ୍ଷା : ଜୁଲାଇରୁ ଅଗଷ୍ଟ ଭିତରେ ପରୀକ୍ଷା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା; ୬ଲକ୍ଷ ୮୦ ହଜାର ଆଶାୟୀ କରିଛନ୍ତି ପଞ୍ଜିକରଣ Kanak News Reviewed by SUBHENDU BARAL on July 06, 2021 Rating: 5

No comments:

Powered by Blogger.