ପାଟଣା, ୧୦|୦୭: ଜଳିଗଲା ଡ୍ରେସ୍ ଦୋକାନ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଝାରବେଡା ଛକରେ ଥିବା ଏକ ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ।
ସୂଚନା ଅନୁସାରେ, ଝାରବେଡା ଛକ ନିକଟରେ ଥିବା ହୋଣ୍ଡା ସୋରୁମର ଉପର ମହଲାରେ ଥିବା ହି ଆଣ୍ଡ ସି ଡ୍ରେସ ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ରାତିରେ ସର୍ଟ ସାର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଡ୍ରେସ ଜଳି ପଡି ନଷ୍ଟ ହୋଇଯାଇଛି।
ତେବେ ଦୋକାନରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ ହୋଇଥିବା ବେଳେ ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି ।
from Prameya News7 https://ift.tt/3r21POU
ନିଆଁ ଲାଗି ଜଳିଗଲା ଡ୍ରେସ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ
Reviewed by SUBHENDU BARAL
on
July 09, 2021
Rating:
No comments: