ଭୁବନେଶ୍ଵର ୦୭।୦୭: ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ୪୩ ନୂତନ ମନ୍ତ୍ରୀ ସାମିଲ ହେବା ପରେ ମୋଦୀ ମନ୍ତ୍ରିମଣ୍ଡଳର ରୂପ ରେଖ ବଦଳି ଯାଇଛି। ମନ୍ତ୍ରିମଣ୍ଡଳ ବିସ୍ତାରରେ ଓଡିଶାକୁ ଏଥର ବିଶେଷ ଗୁରୁତ୍ଵ ଦେଇଛନ୍ତି କେନ୍ଦ୍ରର ମୋଦୀ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବରିଷ୍ଠ ବିଜେପି ନେତା ତଥା ପ୍ରଥମ ପାଳି ସହ ଦ୍ଵିତୀୟ ପାଳିରେ ଗୁରୁତ୍ଵପୂର୍ଣ୍ଣ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ସାତ ବର୍ଷ ଧରି ସଫଳତାର ସହ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଓ ଦକ୍ଷତା ବିକାଶ ଦାୟିତ୍ଵ ଦେଇଛନ୍ତି।
ସେହିଭଳି ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ଵିନ ବୈଷ୍ଣଙ୍କୁ ରେଳ ବିଭାଗ ପରି ଗୁରୁ ଦାୟିତ୍ଵ ମିଳିଛି। ଏଥି ସହ ତାଙ୍କୁ ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟ ଦିଆଯାଇଛି। ପ୍ରଥମ ଥର ଓଡିଶା ଭାଗକୁ ରେଳ ବିଭାଗ ଆସିଛି। ସେହି ପରି ମୟୂରଭଞ୍ଜ ସାଂସଦ ବିଶ୍ଵେଶ୍ଵର ଟୁଡୁଙ୍କୁ ଆଦିବାସୀ ବ୍ୟାପାର, ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।
ଦେଶରେ ନୂତନ ଶିକ୍ଷା ନୀତି ଲାଗୁ କରାଯାଇଛି, ଯାହା ଶିକ୍ଷା କ୍ଷେତ୍ରରେ ନୂତନ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଦେଶର ଶିକ୍ଷା କ୍ଷେତ୍ରର ଢାଞ୍ଚାର ବିକାଶ ପାଇଁ ଏବଂ କୋଭିଡ୍ ମହାମାରୀ ପରି ସଙ୍କଟ ସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଶିକ୍ଷା କ୍ଷେତ୍ରକୁ ସଜାଡିବା ପାଇଁ କେନ୍ଦ୍ର ସରକାର ଧର୍ମେନ୍ଦ୍ରଙ୍କ ଉପରେ ଭରସା ପ୍ରକଟ୍ କରିଛନ୍ତି। ଏକ ଦକ୍ଷ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି। କାରଣ ଧର୍ମେନ୍ଦ୍ର ପ୍ରଧାନ ଏମିତି କିଛି ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ମୋଦୀ ସରକାରଙ୍କ ପ୍ରଥମ ପାଳି ସହ ଦ୍ଵିତୀୟ ପାଳିରେ ସମାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ୭ ବର୍ଷ ଧରି ସଫଳତା ସହ ସମ୍ଭାଳିଥିଲେ। ତେଣୁ ମୋଦୀ ସରକାର ନୂତନ ଶିକ୍ଷା ନୀତିକୁ ଦେଶରେ କେମିତି ସଫଳ ରୂପାୟନ କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହା ପୂର୍ବରୁ ଶିକ୍ଷା ବିଭାଗ ରମେଶ ପୋଖରିୟାଲ ନିଶଙ୍କ ହାତରେ ଥିଲା। ନିଶଙ୍କୁ ମୋଦୀ କ୍ୟାବିନେଟ୍ରୁ ଛୁଟି ଦିଆଯାଇଛି।
ଅନ୍ୟପଟେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଜେପି ଟିକେଟ୍ରେ ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ଵିନୀ ବୈଷ୍ଣବଙ୍କୁ ମୋଦୀ ସରକାର ରେଳ ମନ୍ତ୍ରଣାଳୟ ପରି ଗୁରୁ ଦାୟିତ୍ଵ ଦେଇଛନ୍ତି। ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ରାଜ୍ୟର କୌଣସି ସାଂସଦଙ୍କୁ ରେଳ ମନ୍ତ୍ରୀ କରାଯାଇଛି। ଏହା ପୂର୍ବରୁ ଏହି ଦାୟିତ୍ଵ ପିୟୂଷ ଗୋଏଲଙ୍କ ହାତରେ ଥିଲା। ରେଳ ହେଉଛି ଭାରତ ଅର୍ଥନୀତି ଜୀବନରେଖା ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ। ଏହାର ସଞ୍ଚାଳନ ଅଶ୍ଵିନୀଙ୍କ ପାଇଁ ମଧ୍ୟ ଏକ ଆହ୍ଵାନ। ସେହି ପରି ମୟୂରଭଞ୍ଜ ସାଂସଦ ବିଶ୍ଵେଶ୍ଵର ଟୁଡୁଙ୍କୁ ଆଦିବାସୀ ବ୍ୟାପାର, ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।
from Prameya News7 https://ift.tt/3dSLkzk
No comments: