ଟାଙ୍ଗିଆ ଧରି ହାଣିବାକୁ ଯାଇଥିଲେ, କିନ୍ତୁ ନିଜେ ବଳି ପଡିଲେ : ପୂର୍ବ ଶତ୍ରୁତାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ

ବୌଦ୍ଧ, ୦୯/୦୭:  ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରିପାଲି ଗ୍ରାମରେ। ମୃତକ ଜଣକ ହେଲେ ନରେଶ ଭୋଇ।

ମିଳିଥିବା ସୂଚନା ଅନୁସାରେ, ଗ୍ରାମର ନରେଶ ଭୋଇ ଏବଂ ଲଳିତ ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ବିଳମ୍ବିତ ରାତିରେ ଏହି ଶତ୍ରୁତା ହତ୍ୟାକାଣ୍ଡର ରୂପ ନେଇଛି। ରାତିରେ ନରେଶ ମଦ ପିଇ ଲଳିତଙ୍କ ଘରକୁ ଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଟାଙ୍ଗିଆ ନେଇ ଲଳିତଙ୍କୁ ହାଣିବାକୁ ଚେଷ୍ଟା କରିଥିଲେ।

ଏହି ଝଗଡ଼ାରେ ଲଳିତଙ୍କ ଦୁଇ ପୁଅ ନରେଶଙ୍କୁ ହିଁ ସେହି ଟାଙ୍ଗିଆରେ ହାଣି ଦେଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଲାଳିତଙ୍କ ଦୁଇ ପୁଅଙ୍କ ଅଟକ ରଖି ଅନୁସନ୍ଧାନ ଜାରି ରଖିଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ନରେଶ ପୂର୍ବରୁ ଜଣେ ଦଳିତ ଯୁବକଙ୍କ ହତ୍ୟା ଅଭିଯୋଗରେ ସଜା କାଟି ଗତ ୬ ବର୍ଷ ହେଲା ଜେଲରେ ରହି ଜାମିନରେ ବାହାରିଥିଲେ ।



from Prameya News7 https://ift.tt/3yARPPm
ଟାଙ୍ଗିଆ ଧରି ହାଣିବାକୁ ଯାଇଥିଲେ, କିନ୍ତୁ ନିଜେ ବଳି ପଡିଲେ : ପୂର୍ବ ଶତ୍ରୁତାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ ଟାଙ୍ଗିଆ ଧରି ହାଣିବାକୁ ଯାଇଥିଲେ, କିନ୍ତୁ ନିଜେ ବଳି ପଡିଲେ : ପୂର୍ବ ଶତ୍ରୁତାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ Reviewed by SUBHENDU BARAL on July 08, 2021 Rating: 5

No comments:

Powered by Blogger.