ନୂଆଦିଲ୍ଲୀ ୧୦।୦୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହା ପୂର୍ବରୁ ଉଭୟ ଦଳକୁ ଲାଗିଛି ଝଟକା। ସର୍ବ ପ୍ରଥମେ ଆହତଜନିତ ସମସ୍ୟା କାରଣରୁ ଭାରତୀୟ ଓପନର ଶୁବମାନ ଗିଲ୍ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଇଂଲଣ୍ଡ ଦଳ ପାଇଁ ଆସିଛି ଖରାପ ଖବର। ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟସମ୍ୟାନ ଅଲି ପୋପ୍ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘ ମାଂସପେଶୀ ଟାଣି ଧରିଥିବାରୁ ସେ ଟି-୨୦ ବ୍ଲାଷ୍ଟର ମ୍ୟାଚ୍ ଖେଳି ପାରି ନାହାନ୍ତି।
ଓଲି ପୋପ୍ଙ୍କ ଆଘାତ ଗୁରୁତର ଥିବା କୁହାଯାଉଛି। ଏମିତି ମଧ୍ୟ ଖବର ଆସୁଛି ଯେ, ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ। ୨୩ ବର୍ଷୀୟ ବ୍ୟାଟସମ୍ୟାନ ଟି-୨୦ ବ୍ଲାଷ୍ଟରେ ସରେ ପାଇଁ ଖେଳୁଥିଲେ। କେଣ୍ଟ ବିପକ୍ଷ ମୁକାବିଲାରେ ସେ ଆହତ ହୋଇଥିଲେ। ଇସିବି ଆନୁଷ୍ଠାନିକ ଭାବେ ସୂଚନା ଦେଇଛି ଯେ, ଭାରତ-ଇଂଲଣ୍ଡ ଟେଷ୍ଟ ପୂର୍ବରୁ ପୋପ୍ ପଡିଆକୁ ଓହ୍ଲାଇ ପାରିବେ ନାହିଁ।
ଅଲି ପୋପ୍ ଆହତ ହେବା ଟି-୨୦ ବ୍ୟାଟସମ୍ୟାନ ଡେଭିଡ୍ ମଲାନଙ୍କୁ ଫାଇଦା ଦେଇପାରେ। ମଲାନ ସଂପ୍ରତି ଭଲ ଫର୍ମରେ ଅଛନ୍ତି। ସେ ଗତ ଏକ ବର୍ଷରୁ ବଡ ଇନିଂସ ମଧ୍ୟ ଖେଳୁଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ-ପାକିସ୍ତାନ ଦିନିକିଆ ସିରିଜ୍ରେ ଖେଳୁଛନ୍ତି। ପୋପ୍ଙ୍କ ସ୍ଥାନରେ ମଲାନଙ୍କୁ ଦଳରେ ସୁଯୋଗ ମିଳିପାରେ। ଏମିତିରେ ଡେନ ଲରେନ୍ସ ମଧ୍ୟରେ ଦୌଡରେ ଅଛନ୍ତି।
from Prameya News7 https://ift.tt/3i2gqGm

No comments: