କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାର ଲୋକ ରେଭେନ୍ସା କ୍ୟାମ୍ପସ୍ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବାକି ଥିବା ଦୁଇଟି ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି।
କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀ ଜଣକ ହଷ୍ଟେଲ୍ରେ ରହୁଥିଲେ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ହଷ୍ଟେଲ୍ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହାସହ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍ରେ ରଖା ଯାଇଛି। ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍ଲାଇନ୍ ପାଠ ପଢା ବନ୍ଦ ରହିବ ବୋଲି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ ଅନ୍ଲାଇନ୍ରେ ଯେଉଁ ଭଳି ଭାବରେ ପାଠପଢ଼ା ଚାଲୁଥିଲା ତାହା ଚାଲିବ ବୋଲି ସେ କହିଛନ୍ତି।
The post ରେଭେନ୍ସା କ୍ୟାମ୍ପସ୍ରେ ପ୍ରବେଶ କରିପାରିବେନି ବାହାର ଲୋକ, ପରୀକ୍ଷା ସ୍ଥଗିତ appeared first on OTV Khabar..
from OTV Khabar. https://ift.tt/3suO2kc
No comments: