ନୂଆଦିଲ୍ଲୀ: ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର ।
ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ସ୍କୁଲ ନୁହେଁ, ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । କୃଷକ ସଂଗଠନ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ ଓ ବାମଦଳ । ତେବେ ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ସେଠାରେ ବନ୍ଦ ହେବ ନାହିଁ।
Ambala: Protesters block GT Road and railway track near Shahpur, in view of 12-hour ‘Bharat Bandh’ call by Samyukt Kisan Morcha against Centre’s Farm Laws#Haryana pic.twitter.com/1D6k4qjPlN
— ANI (@ANI) March 26, 2021
ଦିଲ୍ଲୀ ସୀମା ଯଥା ସିଙ୍ଘୁ, ଗାଜୀପୁର, ଟିକରୀଠାରେ ଚାଲିଥିବା କୃଷକ ଆନ୍ଦୋଳନ ଇତି ମଧ୍ୟରେ ୪ ମାସ ବିତିଲାଣି। ମୋର୍ଚ୍ଚାର ନେତା ଦର୍ଶନପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ବନ୍ଦ ସମୟରେ ପନିପରିବା ଏବଂ କ୍ଷୀର ଯୋଗାଣ ମଧ୍ୟ ବନ୍ଦ ରହିବ। ଆଜି ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯିବା ସହ ଦୋକାନ, ମଲ୍, ବଜାର ଆଦି ବନ୍ଦ ରହିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ତେବେ ବନ୍ଦ ସମୟରେ ଶାନ୍ତି ରକ୍ଷା ପାଇଁ ମୋଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଛି। ବରିଷ୍ଠ କୃଷକ ନେତା ବଲବୀର ସିଂହ ରାଜେବାଲଙ୍କ କହିବା ଅନୁଯାୟୀ, ସଡ଼କ ଏବଂ ରେଳ ପରିବହନ ବନ୍ଦ ରହିବ।
ରାଜେବାଲେ କହିଛନ୍ତି, ବନ୍ଦ ସମୟରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ପରି ଅତ୍ୟାବଶ୍ୟକ ସଂସ୍ଥା ଚାଲୁ ରହିବ। ତେବେ ଦେଶର ଆଠ କୋଟି ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା କନ୍ଫେଡରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବନ୍ଦରେ ସାମଲ ନ ଥିବା ଘୋଷଣା କରିଛି। ତେଣୁ ୨୬ ମାର୍ଚ୍ଚ ବଜାର ଖୋଲା ରହିବ ବୋଲି ଏହି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
The post କୃଷକ ସଂଗଠନର ଭାରତ ବନ୍ଦ ଆଜି, ସମର୍ଥନ କଲେ କଂଗ୍ରେସ, ବାମଦଳ appeared first on OTV Khabar..
from OTV Khabar. https://ift.tt/3lRMZbi
No comments: