ବଢ଼ିଲା ଆଧାର କାର୍ଡ-ପାନ୍‌ ଲିଙ୍କ୍ ସମୟ ସୀମା Rajalaxmi Sahoo

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ବଢ଼ିଲା ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍। ମାର୍ଚ୍ଚ ୩୧ରେ ସରୁଥିବା ଏହି ଡେଡ୍‌ଲାଇନ୍ ଅର୍ଥାତ୍‌ ଅବଧି‌କୁ ଆସନ୍ତା ୩ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ଆୟକର ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ଜୁନ୍ ୩୦, ୨୦୨୧ ଭିତରେ ପାନ୍‌ ସହ ଆଧାର କାର୍ଡ ଲିଙ୍କ୍ ନ ହୋଇଥିଲେ ଆୟକର ରିଟର୍ଣ୍ଣ ଦାଖଲ କରି ହେବ ନାହିଁ।

ବୈଷୟିକ ତ୍ରୁଟି ଯୋଗୁ ବହୁ ଆୟକରଦାତା ସ୍ଥାୟୀ ଆକାଉଣ୍ଟ ନମ୍ବର ସହ ଆଧାର ନମ୍ବର ସଂଯୋଗ କରିବାରେ ଅସୁବିଧା ଭୋଗୁଥିବା ନେଇ ଜଣାଇବା ପରେ କେନ୍ଦ୍ର ସରକାର ଏହି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

The post ବଢ଼ିଲା ଆଧାର କାର୍ଡ-ପାନ୍‌ ଲିଙ୍କ୍ ସମୟ ସୀମା appeared first on OTV Khabar..



from OTV Khabar. https://ift.tt/3dkVh7W
ବଢ଼ିଲା ଆଧାର କାର୍ଡ-ପାନ୍‌ ଲିଙ୍କ୍ ସମୟ ସୀମା Rajalaxmi Sahoo ବଢ଼ିଲା ଆଧାର କାର୍ଡ-ପାନ୍‌ ଲିଙ୍କ୍ ସମୟ ସୀମା Rajalaxmi Sahoo Reviewed by SUBHENDU BARAL on March 31, 2021 Rating: 5

No comments:

Powered by Blogger.