ଉଦଳା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି। ଗତକାଲି ଶରତ ଥାନା OIC ରୀନା ବକ୍ସଲା ନିର୍ଦ୍ଦେଶ ଯୋଗୁ ଜଣେ ଜଣେ ଗର୍ଭବତୀଙ୍କ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍ପି ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ସୂଚନାଥାଉ କି, ଗତକାଲି ବିନା ହେଲମେଟ୍ରେ ସ୍ୱାମୀଙ୍କ ସହ ବାଇକ୍ରେ ଯାଉଥିଲେ ଗର୍ଭବତୀ ମହିଳା। ହେଲ୍ମେଟ ଚେକିଂବେଳେ OIC ରୀନା ବକ୍ସଲା ତାଙ୍କୁ ଧରିଥିଲେ ଏବଂ ତାଙ୍କର ଚାଲାଣ କାଟିଥିଲେ। ହେଲେ ଅନ୍ଲାଇନ୍ରେ ପେମେଣ୍ଟ କରିବା ପାଇଁ ମହିଳାଙ୍କ ସ୍ୱାମୀ କହିବାରୁ ରାଜି ହୋଇ ନ ଥିଲେ OIC ।
OIC ମହିଳାଙ୍କୁ ଛାଡ଼ି ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ଯାଇଥିଲେ। ପରେ ଗର୍ଭବତୀ ମହିଳା ୩ କିମି ଚାଲି ଚାଲି ଥାନାକୁ ଯାଇଥିଲେ
ଘଟଣାକୁ ନେଇ ସ୍ୱାମୀସ୍ତ୍ରୀ SDPOଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସଂପୃକ୍ତ OICଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
OIC ରୀନା ବକ୍ସଲାଙ୍କ ନିଲମ୍ବନ ପରେ କପ୍ତିପଦା OICଙ୍କୁ ଶରତ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
The post ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇ ନିଲମ୍ବିତ ହେଲେ OIC appeared first on OTV Khabar..
from OTV Khabar. https://ift.tt/3sAQEwW
No comments: