ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ପାଳନ କରିଥାନ୍ତି। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି। ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ।
ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। ନିଜ ନିଜ ଘରେ ରହି ହୋଲି ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା କଟକଣା ଭିତରେ ହୋଲି ପାଳିବାକୁ ସରକାର ଦେଇଛନ୍ତି ପରାମର୍ଶ । ବାହାରକୁ ଯିବା ନାହିଁ, କାହାରିକୁ ସ୍ପର୍ଶ କରିବା ନାହିଁ । ଦୂରତା ରକ୍ଷା କରି ହୋଲି ପାଳନ କରିବ। ଭଲଭାବେ ସାବୁନରେ ହାତ ଧୋଇବା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି।
ଆଜି ହୋଲି ପାଇଁ ଆଂଶିକ ବନ୍ଦ ରହିବ ମୋ ବସ୍ ସେବା । ଆଜି ସକାଳୁ ଅପରାହ୍ନ ୩ଟା ଯାଏଁ ମୋ ବସ୍ ସେବା ବନ୍ଦ ରହିବ । ଏ ନେଇ ସେବା ଯୋଗାଉଥିବା ସଂସ୍ଥା ସେଣ୍ଟ୍ରାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୩ଟା ପରେ ପୁଣି ଥରେ ମୋ ବସ୍ ସେବା ସ୍ୱାଭାବିକ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ଗମନାଗମନ ସୁବିଧା ଲାଗି ମୋ ବସ୍ ସେବା ଯୋଗାଇ ଦିଆଯାଉଛି।
The post କରୋନା କଟକଣା ପାଇଁ ଫିକା ପଡ଼ିଗଲା ହୋଲି appeared first on OTV Khabar..
from OTV Khabar. https://ift.tt/31tJu1y
No comments: