କରୋନାକୁ ମାତ୍ ଦେବାକୁ ଆକ୍ସନ ମୋଡରେ ବିଏମସି, ଆଜିଠୁ ହଷ୍ଟେଲରେ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର ୨୫।୦୩: ରାଜ୍ୟରେ ସଂକ୍ରମଣ ମାତ୍ରା ବଢୁଥିବାରୁ ଚିନ୍ତାରେ ସରକାରୃ । ଖାସ୍ କରି ଯେପରି ରାଜଧାନୀରେ ଭୂତାଣୁ କାୟା ବିସ୍ତାର ନକରିବା ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏପରିକି ରାଜଧାନୀରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏଇ କିଛିଦିନ ହେବ ଖୋର୍ଦ୍ଧାରେ ବଢିଛି ପଜିଟିଭ ସଂଖ୍ୟା ।

ଗତକାଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନବନ୍ଦର ବୁଲି ଦେଖିଛନ୍ତି। ତେବେ ସେଠାରେ କେମିତି ଚାଲିଛି କରୋନା ମୁକାବିଲା ତାହା ପର୍ଯ୍ୟାପ୍ତ କି ନୁହେଁ ତା’ର ସମୀକ୍ଷା କରିଛନ୍ତି। ଏହାସହ ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ ହଷ୍ଟେଲର ରହୁଥିବା ଛାତ୍ରଛାତ୍ରୀଙ୍କୁ ନମୂନା ପରୀକ୍ଷା କରିବେ ସ୍ବତନ୍ତ୍ର ଟିମ୍ । ଏଥିପାଇଁ ସବୁ ଜୋନ୍‌ରେ ସ୍କ୍ବାଡ୍‌ ଗଠନ କରାଯାଇଛି ।

ଗତକାଲି ଓଡ଼ିଶାରେ ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଥିଲା । ଦେଶରେ କୋରୋନାର ନୂଆ ଷ୍ଟ୍ରେନର ୭୭୧ଟି ମାମଲା ଚିହ୍ନଟ ହୋଇଛି। ଏଥିରୁ ୭୩୬ଟି କେସ ୟୁକେ ଷ୍ଟ୍ରେନର ରହିଛି । ୩୪ କେସ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର, ଏବଂ ଗୋଟିଏ ମାମଲା ବ୍ରାଜିଲ ଷ୍ଟ୍ରେନର ରହିଛି । ରାଜ୍ୟରେ ବ୍ରିଟେନ୍‌ ଷ୍ଟ୍ରେନ୍ ଚିହ୍ନଟ ସଂପର୍କରେ ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ ଗତବର୍ଷ ଡିସେମ୍ବର ମାସରେ ବ୍ରିଟେନ୍‌ରୁ ଫେରିଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ମାତ୍ର ଲୋକ ଯେ‌ପରି ଭୟଭୀତ ନ ହେବେ ତାହାକୁ ନଜରରେ ରଖି ଏହାକୁ ପ୍ରକାଶ କରାଯାଇନଥିଲା ।



from Prameya News7 https://ift.tt/2NOnevW
କରୋନାକୁ ମାତ୍ ଦେବାକୁ ଆକ୍ସନ ମୋଡରେ ବିଏମସି, ଆଜିଠୁ ହଷ୍ଟେଲରେ କୋଭିଡ୍ ଟେଷ୍ଟ କରୋନାକୁ ମାତ୍ ଦେବାକୁ ଆକ୍ସନ ମୋଡରେ ବିଏମସି, ଆଜିଠୁ ହଷ୍ଟେଲରେ କୋଭିଡ୍ ଟେଷ୍ଟ Reviewed by SUBHENDU BARAL on March 24, 2021 Rating: 5

No comments:

Powered by Blogger.