ସୁଧୁରିଵ ଭୁବନେଶ୍ୱର ଏମ୍‌ସର ଦୂରାବସ୍ଥା, ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ ବାଲେଶ୍ଵର ସାଟେଲାଇଟ ସେଣ୍ଟର

ନୀଳଗିରି ୨୫।୦୩ : ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଲାଗି ରହିଥିବା ଅବ୍ୟବସ୍ଥାର ସୁଧାର ଆସିବା ସହ ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ଏମ୍‌ସ ସାଟେଲାଇଟ ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଭେଟି ଦୃଷ୍ଟି ଆକର୍ଷଣ ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଉତ୍ତମ ଚିକିତ୍ସା ପାଇଁ ରୋଗୀମାନେ ଆସିଥା’ନ୍ତି । ହେଲେ ୧୨୭ରୁ ଅଧିକ ପଦବି ଶୂନ୍ୟ ଥିବାବେଳେ ରୋଗୀ ସେବାରେ ବ୍ୟାଘାତ ହେଉଥିବା ଜଣାପଡିଛି । ସେହିପରି ବାଲେଶ୍ୱରରେ ସାଟେଲାଇଟ ସେଣ୍ଟର କାର୍ଯ୍ୟକ୍ଷମ ହେଲେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ସମେତ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଏମ୍‌ସ ଯାଉଥିବା ରୋଗୀମାନେ ଉପକୃତ ହୋଇପାରିବେ । ଗତ ତା୧୦.୧୨.୨୦ ରିଖରେ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପୁଣି ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଖୁବ୍‌ ଶୀଘ୍ର ପ୍ରତିକାର ମୂଳକ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।



from Prameya News7 https://ift.tt/3vVH8GH
ସୁଧୁରିଵ ଭୁବନେଶ୍ୱର ଏମ୍‌ସର ଦୂରାବସ୍ଥା, ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ ବାଲେଶ୍ଵର ସାଟେଲାଇଟ ସେଣ୍ଟର ସୁଧୁରିଵ ଭୁବନେଶ୍ୱର ଏମ୍‌ସର ଦୂରାବସ୍ଥା, ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ ବାଲେଶ୍ଵର ସାଟେଲାଇଟ ସେଣ୍ଟର Reviewed by SUBHENDU BARAL on March 24, 2021 Rating: 5

No comments:

Powered by Blogger.