ନିଆଳି ୨୯। ୦୩ : ହାତ ଧରି ସାତ ଜନମ ଚାଲିବେ ବୋଲି କଥା ଦେଇଥିଲେ । ହେଲେ ଏମିତି ଏକ ସମୟ ଆସିଲା । ଯେଉଁ ହାତ ଧରି ବେଦୀରେ ବସିଥିଲେ, ସେହି ହାତରେ ନେଲେ ସ୍ତ୍ରୀର ଜୀବନ । ସ୍ୱାମୀର ଆକ୍ରମଣରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ଝୁନା ଦାସ । କଟକ ସଦର ଥାନା ବମ୍ବିଲ ଗାଁରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ସଦର ଥାନା ବମ୍ବିଲ ଗାଁର ପ୍ରଦୀପ ଦାସ (ସ୍ୱାମୀ)ଙ୍କ ଆକ୍ରମଣରେ ଝୁନା ଦାସ (ସ୍ତ୍ରୀ)ଙ୍କର ମୃତ୍ୟୁ ହୋଇଯାଇଛି । ପାରିବାରିକ କଳହକୁ ନେଇ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା ନେଇ ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ସେପଟେ ପୋଲିସ ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ଦାସଙ୍କୁ ଥାନାରେ ଅଟକ ରଖି ଛାନ୍ଭିନ୍ ଜାରି ରଖିଛି । କିଭଳି ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା । ସେନେଇ ଛାନ୍ଭିନ୍ ଜାରି ରଖିଛି ସ୍ଥାନୀୟ ପୋଲିସ । ଆବଶ୍ୟକପଡିଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
from Prameya News7 https://ift.tt/3mbPOEx
No comments: