ମେଷ – ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କୀୟ ବାଦାନୁବାଦ ହେତୁ ମନ ବିଷାକ୍ତ ରହିବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯ୍ଧବଥିବା ସବୁ କାମ ସୁବିଧାରେ ହୋଇଯିବ । ପରିବହନରେ ଶିଥିଳତା ଦେଖା ଦେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ବୃଷ – କୌଣସି କାମ ସକାଶେ ବାରମ୍ବାର ଚେହ୍ଟା କରି ମଧ୍ୟ ଅସଫଳତା ହେତୁ ଲଘୁକ୍ରୋଧ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ଦେଶୀ ଜିନିଷ ଅଧିକା ବ୍ରିକ୍ରୀ ହେବ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଚାଷୀ- ମୁଣ୍ଡରେ ପଗଡି ବାନ୍ଧନ୍ତୁ ।
ମିଥୁନ – ସାଧାରଣ ଘଟଣାରେ ଝଗଡା ଲାଗି ମାନସିକ ସ୍ଥିତି ବିଗିଡି ଯାଇପାରେ । ବାରମ୍ବାର କ୍ଷତିଗ୍ରସ୍ତ ହୋଇ ବ୍ୟବସାୟରେ କିଛି ନୂତନ ପଦକ୍ଷେପ ନେବା ସକାଶେ ଚିନ୍ତା କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
କର୍କଟ – ଆଜି ଦିନଟିରେ ଯାହା କରିବେ ସଫଳତା ନିଶ୍ଚିତ ପାଇବେ । ଦୂରଯାତ୍ରା ଓ ବନ୍ଧୁ ମିଳନରୁ ସାମୟିକ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ତାପ ଯୋଗୁ କାର୍ଯ୍ୟରେ ବ୍ୟାଘାତ ଦେଖା ଦେଇପାରେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ସିଂହ – ଦୀର୍ଘ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କନ୍ୟା – ନିଜର ବନ୍ଧୁମାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଚାଷୀ- ଉତ୍ତମ ଫଳ ପାଇବେ ।
ତୁଳା – ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ହେତୁ ସାମୟିକ ଖୁସି ଅନୁଭବ କରିବେ । ଚେଷ୍ଟା କରୁଥିବା ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।
ବିଛା – ସ୍ୱାସ୍ଥ୍ୟହାନି କାରଣରୁ କୌଣସି କାମକୁ ଦୃଢତାର ସହ କରିବାକୁ ପଶ୍ଚାଦ୍ପଦ ହୋଇ ପାରନ୍ତି । ପୂର୍ବର କୌଣସି ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- କାର୍ଯ୍ୟରେ ଶିଥିଳତା ଆସିବ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ଧନୁ – ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ସ୍ୱାସ୍ଥ୍ୟ ସମସ୍ୟା ଓ ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ମକର – ଆକସ୍ମିକ ଭାବରେ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ । ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।
ଚାଷୀ- ଶ୍ରମ ସାର୍ଥକ ହେବ ।
କୁମ୍ଭ – ପ୍ରତ୍ୟେକ କାମରେ କିଛି ଅଭାବ ରହି ଯାଉଥିବାର ଅନୁଭବ କରିବେ । କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯଦ୍ଦ୍ୱାର କେତେକ କଟୁକ୍ତି ଶୁଣିବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ମୀନ – ବନ୍ଧୁଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରିପାରନ୍ତି । ନିଜ ଲୋକଙ୍କ ଈର୍ଷାପରାୟଣତା କାରଣରୁ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ଆନନ୍ଦ ଅନୁଭବ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ସତର୍କତାର ଦିନ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
from Prameya News7 https://ift.tt/2PeM9tc
No comments: