ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୪୭ଟି ଆସନରେ ମତଦାନ

ନୂଆଦିଲ୍ଲୀ ୨୭।୦୩: ଆଜି ପଶ୍ଚିମବଂଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ବେଂଗଲର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ହେବ ଭୋଟ ଗ୍ରହଣ। ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ପିଲିଂ ଷ୍ଟେସନରେ ଇଭିଏମ୍ ସହ ଭିଭିପ୍ୟାଟ ବ୍ୟବହାର କରାଯାଉଛି। କରୋନାକୁ ଦୃଷ୍ଟିରେ ରଖି ଗୋଟିଏ ପୁଲିଂ ଷ୍ଟେସନରେ ସର୍ବାଧିକ ୧୫ଶହ ଭୋଟର ପରିବର୍ତ୍ତେ ୧ ହଜାର ଭୋଟରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କରୋନାରେ ଆକ୍ରାନ୍ତ ବ୍ୟକ୍ତି ପୋଷ୍ଟାଲ ବାଲଟ ଜରିଆରେ ଭୋଟ ଦେଇପାରିବେ।

କୋଭିଡକୁ ଦୃଷ୍ଟିରେ ରଖି ମାୱବାଦୀ ଅଂଚଳକୁ ଛାଡି ଦେଲେ ସବୁ ନିର୍ବାଚନ ମଣ୍ଡଳିରେ ପୁଲିଂ ସମୟକୁ ଆଉ ଏକ ଘଣ୍ଟା ପାଇଁ ବଢାଇ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବେଂଗଲରେ ୩୦ଟି ଆସନରେ ନିର୍ବାଚନ ହେଉଥିବା ବେଳେ ୯୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି । ୩୦ଟି ଆସନରୁ ବିଜେପି ୨୯ଟି ଆସନରେ ଲଢୁଥିବା ବେଳେ ଗୋଟିଏ ଆସନ ଭାଗୁଆଳି ଦଳ ଏଜେଏସୟୁକୁ ଛାଡିଛି। ସେହିପରି ତୃଣମୂଳ କଂଗ୍ରେସ ୨୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଜୟପୁର ନିର୍ବାଚନ ମଣ୍ଡଳିରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରୁଛି। ବାମଦଳ, କଂଗ୍ରେସ ଓ ଆଇଏସଏଫକୁ ନେଇ ଗଠିତ ସଂଯୁକ୍ତ ମେଣ୍ଟ ୩୦ଟି ଆସନରେ ଲଢୁଛି। ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ପୂର୍ବତନ ସାଂସଦ , ତିନି ଜଣ ପୂର୍ବତନ ମନ୍ତ୍ରୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସେହିପରି ଆସାମର ୪୭ଟି ଆସନରେ ଆଜି ଭୋଟଗ୍ରହଣ ହେଉଥିବା ବେଳେ ୨୬୪ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି। ବିଜେପି ନେତୃତ୍ବଧିନ ଏନଡିଏ ମେଣ୍ଟରେ ଆସାମ ଗଣ ପରିଷଦ ଓ ୟୁନିଟାଇଟେଡ ପିପୁଲ୍ସ ପାର୍ଟି ଲିବରାଲ ରହିଥିବା ବେଳେ ବିପକ୍ଷରେ କଂଗ୍ରେସ ନେତୃତ୍ବରେ ରହିଛି ମହାମେଣ୍ଟ।। କଂଗ୍ରେସ ମହାମେଣ୍ଟରେ ବୋଡଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଓ ବାମଦଳ ମେଣ୍ଟ ରହିଛି। ଆସାମରେ ଦୁଇ ମେଣ୍ଟ ମଧ୍ୟରେ ସିଧା ଫାଇଟ ଚାଲିଛି।



from Prameya News7 https://ift.tt/39lZrLz
ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୪୭ଟି ଆସନରେ ମତଦାନ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୪୭ଟି ଆସନରେ ମତଦାନ Reviewed by SUBHENDU BARAL on March 26, 2021 Rating: 5

No comments:

Powered by Blogger.